ଓଡିଶା

odisha

ETV Bharat / state

ଦ୍ରୁତ ଜନସଂଖ୍ୟା ଅଭିବୃଦ୍ଧି ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ଭାରତରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

By

Published : Mar 2, 2021, 6:52 AM IST

ଦ୍ରୁତ ଜନସଂଖ୍ୟା ଅଭିବୃଦ୍ଧି ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଫାଉଣ୍ଡେସନର ଦାବିପତ୍ର
ଦ୍ରୁତ ଜନସଂଖ୍ୟା ଅଭିବୃଦ୍ଧି ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଫାଉଣ୍ଡେସନର ଦାବିପତ୍ର

କେନ୍ଦ୍ରାପଡା:ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ "ଆମେ ଦୁଇ, ଆମର ଦୁଇ" ଆଇନ ଲାଗୁ କରାଇବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଅଣ୍ଟା ଭିଡିଛି । ଓଡିଶା ସମେତ ସାରା ଦେଶରେ ସୋମବାର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଏହି ନିୟମ ଲାଗୁ କରିବା ପାଇଁ ଫାଉଣ୍ଡସେନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଦ୍ରୁତ ଜନସଂଖ୍ୟା ଅଭିବୃଦ୍ଧି ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଫାଉଣ୍ଡେସନର ଦାବିପତ୍ର

୨୦୧୧ ମସିହା ଜନଗଣନା ଅନୁସାରେ ଦେଶର ଜନସଂଖ୍ୟା ୧୩୦ କୋଟି ଥିବାବେଳେ ଏବେ ପ୍ରତ୍ୟେକ ମିନିଟରେ ୬୦ଜଣ ଶିଶୁ ଜନ୍ମ ନେଉଥିବା ରିପୋର୍ଟ କହୁଛି । ତେବେ ଦ୍ରୁତଗାମୀ ଜନସଂଖ୍ୟା ଉପରେ ରୋକ ଲଗାଇବା ପାଇଁ ଫାଉଣ୍ଡେସନ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ଆଧାରରେ ଆଇନକୁ କଡାକଡି କରିବା ପାଇଁ ଦାବି କରିଛି ସଙ୍ଘ। ଏଭଳି ଅଭିବୃଦ୍ଧି ଦ୍ବାରା ଦେଶର ଜନସଂଖ୍ୟା ୨୦୪୦ ବେଳକୁ ୨୫୦କୋଟିରୁ ଊର୍ଦ୍ଧ୍ବ ହେବ ଯାହାଦ୍ବାରା ଫୌଜଦାରୀ ମାମଲା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଏହି ଆଇନକୁ କଡାକଡି କରିବାକୁ ଦାବି କରିଛି ଫାଉଣ୍ଡେସନ।

ଏଥିଲାଗି ଫାଉଣ୍ଡେସନ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ତେବେ ବଢୁଥିବା ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସମେତ ସାରା ଭାରତବର୍ଷରେ ଗୋଟିଏ ଦିନରେ ସମସ୍ତେ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଦୁଇଟି ପିଲା ନିୟମ ବିଲକୁ ପାସ କରାଇବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details