କେନ୍ଦ୍ରାପଡ଼ା: ଦୁଲୁକୁଛି ସହର । ଲକ୍ଷ୍ମୀପୂଜା ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଆଉ ଏପଟେ ମଣ୍ଡପରେ ଜମୁଛି ରାଜନେତାଙ୍କ ଭିଡ଼। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଛନ୍ତି।
ଭାଇଚାରାର ସହର କେନ୍ଦ୍ରାପଡ଼ାରେ ଗଣପର୍ବ ଲକ୍ଷ୍ମୀ ପୂଜାରେ ମଣ୍ଡପ ପରିଦର୍ଶନ କରିବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ସାଂସଦ। କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ବୁଲିବା ଓ ଦେଖିବାର ସୁଯୋଗ ପାଇଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।