ଓଡିଶା

odisha

ETV Bharat / state

ଡେରାବିଶ ବ୍ଲକରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା - ଡେରାବିଶରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା

ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଲକ ରାଜନୈତିକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଛକ୍କା ପଞ୍ଝା। ଅଧିକ ପଢ଼ନ୍ତୁ

political violence in derabis
ଡେରାବିଶ ବ୍ଲକରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା

By

Published : Apr 1, 2022, 3:50 PM IST

କେନ୍ଦ୍ରାପଡ଼ା:ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଲକ ଦଳ ମଧ୍ୟରେ ଛକ୍କାପଞ୍ଝା। ଅଧ୍ୟକ୍ଷ ପଦକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନରେ ବିଧାୟିକା ସାବିତ୍ରୀ ଓ ଯୁବ ନେତା ସରୋଜଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିଲା। ଯାହା ଫଳରେ ଗୋଟିଏ ଦଳର ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଡେରାବିଶ ବ୍ଲକରେ ଦୁଇ ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ସମସ୍ତ ୨୬ ପଞ୍ଚାୟତରେ ଉଭୟ ବିଧାୟିକା ଓ ସରୋଜ ନିଜ ସମର୍ଥିତ ପ୍ରାର୍ଥୀ ଦେଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଅଧ୍ୟକ୍ଷା ପଦକୁ ନେଇ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତେବେ ନିର୍ବାଚନରେ ସରୋଜ ବିଜେପି ସମର୍ଥିତ ୫ ଜଣ ବିଜୟୀ ସମିତିସଭ୍ୟଙ୍କୁ ନେଇ ଅଧ୍ୟକ୍ଷା ପଦବୀ ହାତେଇବାକୁ ଉଦ୍ୟମ କରିଥିଲେ। ଉଭୟ ସାବିତ୍ରୀ ଏବଂ ସରୋଜଙ୍କ ସମିତିସଭ୍ୟ ସଂଖ୍ୟା ୧୩-୧୩ ହୋଇଯିବାରୁ ଶେଷରେ ଧର୍ମଗୁଳା ହିଁ ସେମାନଙ୍କ ଭାଗ୍ୟର ଫଳ ପ୍ରକାଶ କଲା।

ଶେଷରେ ସରୋଜଙ୍କ ସପକ୍ଷରେ ରାୟ ଦେଇ ଛୋଟୀ ସମିତିସଭ୍ୟା ପ୍ରଭାତୀ ମଲ୍ଲିକଙ୍କୁ ଅଧ୍ୟକ୍ଷା କରାଇଥିଲା। ହେଲେ ଉପାଧ୍ୟକ୍ଷ ନିର୍ବାଚନରେ ସରୋଜଙ୍କ ଶିବିରରୁ ଜଣେ ସମିତିସଭ୍ୟଙ୍କୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଥିଲେ ସାବିତ୍ରୀ। ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ପଟୁଆରରେ ଉପାଧ୍ୟକ୍ଷ ଦାୟିତ୍ବ ନେବା ପାଇଁ ଡେରାବିଶ ବ୍ଲକ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଠିକ ସେହି ସମୟରେ ଅଧ୍ୟକ୍ଷା ପଦବୀ ପାଇଁ ଶପଥ ନେବାକୁ ପହଞ୍ଚିଥିଲେ ସରୋଜଙ୍କ ସମର୍ଥିତ ଅଧ୍ୟକ୍ଷା ପ୍ରଭାତୀ। ଯାହାକୁ ନେଇ କିଛି ସମୟ ଧରି ବିଜେଡିର ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝ ଲାଗିଥିଲା।

ଉପାଧ୍ୟକ୍ଷ ଦେବାଶିଷ ବ୍ଲକର ୨୬ଟି ପଞ୍ଚାୟତର ନିର୍ବାଚିତ ସମସ୍ତ ସଦସ୍ୟଙ୍କ ସହାୟତାରେ ବିକାଶ ମୂଳକ କାର୍ଯ୍ୟ ଜାରି ରଖିବେ ବୋଲି ପ୍ରତିକ୍ରିୟା ଦେଇଥିବା ବେଳେ ଅଧ୍ୟକ୍ଷା ପ୍ରଭାତୀ କିମ୍ବା ସରୋଜ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭରତ

ABOUT THE AUTHOR

...view details