ଓଡିଶା

odisha

ETV Bharat / state

ମହାକାଳପଡା ହାଜତ ମୃତ୍ୟୁ: ଜେଲ ଗଲେ ଅଭିଯୁକ୍ତ ଶ୍ୟାମଘନ ବେହେରା - କେନ୍ଦ୍ରାପଡା ଉପ କାରାଗାର

ଏସଡିଜେଏମ କୋର୍ଟର ବିଚାରପତି ଶ୍ୟାମଘନ ବେହେରାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଅପରାହ୍ନରେ କେନ୍ଦ୍ରାପଡା ଉପକାରାଗାରକୁ ପଠାଇଛି ପୋଲିସ।

PHOTO
ଶ୍ୟାମଘନ ଜେଲ ଗଲେ

By

Published : Dec 3, 2019, 11:50 PM IST

କେନ୍ଦ୍ରାପଡା: ବହୁଚର୍ଚିତ ମହାକାଳପଡା ହାଜତ ମୃତ୍ୟୁ ଘଟଣାର ଅଭିଯୁକ୍ତ ତଥା ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରାଙ୍କ ଜାମିନ ଆବେଦନ ଖାରଜ କଲେ ଜିଲ୍ଲା ଜଜ ବାସୁଦେବ ପଣ୍ଡା। ପୂର୍ବରୁ ବାରମ୍ବାର କୋର୍ଟ ପକ୍ଷରୁ ସମନ ଯାଉଥିଲେ ମଧ୍ୟ ଏହାକୁ ଅଣଦେଖା କରି ଶ୍ୟାମଘନ ବେହେରା ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରୁଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ଜାମିନର ଶୁଣାଣୀ ତଳ କୋର୍ଟରେ କରାଯିବ ବୋଲି ନିର୍ଦ୍ଦେଶ ଦେବାପରେ ଆଜି ପୂର୍ବାହ୍ନରେ ମାନ୍ୟବର ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ ସେ।


ଏସଡିଜେଏମ କୋର୍ଟର ବିଚାରପତି ଶ୍ୟାମଘନ ବେହେରାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଅପରାହ୍ନରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପୁନଶ୍ଚ ଜାମିନ ଆବେଦନ କରିଥିଲେ ଆଇଆଇସି ଶ୍ୟାମଘନ। ସନ୍ଧ୍ୟାରେ ଜିଲ୍ଲା ଦୌରାଜଜ ଶ୍ୟାମଘନ ବେହେରାଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ କେନ୍ଦ୍ରାପଡା ଉପ କାରାଗାରକୁ ପଠାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ଅଭିଯୁକ୍ତ ଶ୍ୟାମଘନଙ୍କ ମୁହଁରେ ଗାମୁଛା ପକାଯାଇଥିଲା ଓ ଟାଉନ ପୋଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ କରିବା ଆଳରେ ଅଭିଯୋଗକାରୀଙ୍କ ଓକିଲ ଅନନ୍ତ ଖଟୁଆଙ୍କୁ ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ଦୁଃର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ କାର୍ଯ୍ୟରତ ଓକିଲ ଅନନ୍ତଙ୍କ ପକ୍ଷରୁ ଆସନ୍ତାକାଲି ବାର ଆସୋସିଏସନରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଦୁର୍ବ୍ୟବହାର ଶିକାର ହୋଇଥିବା ଓକିଲ ଆହୁରି ମଧ୍ୟ ଏହି କେଶକୁ ରଫାଦଫା କରିବା ପାଇଁ ଅଭିଯୋଗକାରୀଙ୍କ ଓକିଲ ଅନନ୍ତଙ୍କୁ ଟାଉନ ଥାନା ଆଇଆଇସି ପୁର୍ବରୁ କହିଥିବା ଅଭିଯୋଗ ଆଣିଛନ୍ତି । ତେବେ ଜଣେ ପୋଲିସ ଅଧିକାରୀ ଭୁଲ କରି କାରଗାରକୁ ଯାଉଥିବା ବେଳେ ଅନ୍ୟଜଣେ ଅଧିକାରୀ ଓକିଲଙ୍କୁ ଏଭଳି ଦୁର୍ବ୍ୟବହାର କରିବା ବାସ୍ତବିକ ନିନ୍ଦନୀୟ ବୋଲି ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଆଇନ ଆଖିରେ ସମସ୍ତେ ସମାନ କଥା କହୁଥିବା ପୋଲିସ ବିଭାଗର ବଡବାବୁ ଟାଉନ ଆଇଆଇସିଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ।।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details