ଓଡିଶା

odisha

ETV Bharat / state

ଲୁଟେରାକୁ ପୋଲିସର ଅନୁକମ୍ପା, ଆରକ୍ଷୀ ଅଧିକ୍ଷକଙ୍କୁ ଘେରିଲେ ଟ୍ରକ ମାଲିକ ସଂଘ - କେନ୍ଦ୍ରାପଡା ସଦର ପୋଲିସ

ପେଷାଦାର ଲୁଟେରାକୁ ଘଣ୍ଟ ଘୋଡାଉଛି କେନ୍ଦ୍ରାପଡା ସଦର ପୋଲିସ। ଏପରି କିଛି ଅଭିଯୋଗ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ପାରାଦୀପ ଟ୍ରକ ମାଲିକ ସଂଘର ୨୦ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

By

Published : Aug 23, 2019, 6:48 AM IST


କେନ୍ଦ୍ରାପଡା: ପେଷାଦାର ଲୁଟେରାକୁ ଘଣ୍ଟ ଘୋଡାଉଛି କେନ୍ଦ୍ରାପଡା ସଦର ପୋଲିସ। ଏପରି କିଛି ଅଭିଯୋଗ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ପାରାଦୀପ ଟ୍ରକ ମାଲିକ ସଂଘର ୨୦ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ଗତ ୧୬ ତାରିଖ ମଧ୍ୟରାତ୍ରରେ ସଦର ଥାନା ଅନ୍ତର୍ଗତ ମାତୃଶକ୍ତି ଅଟା ମିଲ ନିକଟରେ ଚାଟରାଶାସନ ଗାଁର ବିଶ୍ବରଞ୍ଜନ ମଲ୍ଲିକ ବିଭିନ୍ନ ପ୍ରକାରର ଧମକଚମକ ଦେଖାଇ ନଗଦ ଟଙ୍କା ସହ ଚାଲାଣ ଲୁଟି ନେଇଥିଲା। ପରଦିନ ଅର୍ଥାତ ୧୭ ଅଗଷ୍ଟରେ ସମ୍ପୃକ୍ତ ଯୁବକ ବିଶ୍ବରଂଜନକୁ ଡ୍ରାଇଭର ମାନେ କୌଶଳକ୍ରମେ କାବୁ କରି ସଦର ଥାନା ଅଧିକାରୀ ମହେଶ୍ବର ସେଠୀଙ୍କ ଜିମା ଦେଇଥିଲେ।

ସେହିଦିନ ଅପରାହ୍ନରେ ଏତଲାକାରୀ ତଥା ପାରାଦ୍ବୀପ ଟ୍ରକ ମାଲିକ ସଂଘର ଉପସଭାପତି ସାରଦା ପ୍ରସନ୍ନ ରାଉତଙ୍କ ଅଗୋଚରରେ ସଦର ପୋଲିସ ଅଭିଯୁକ୍ତକୁ ଛାଡ଼ିଦେଇଛି। ଯାହାକୁ ପ୍ରତିବାଦରେ ଗୁରୁବାର ସଂପୃକ୍ତ ସଦର ଥାନା ଅଧିକାରୀ ମହେଶ୍ବର ସେଠୀଙ୍କ ବିରୋଧରେ ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା।

ତେବେ ଅନ୍ୟପଟେ ଲୁଟେରା ବିଶ୍ବରଞ୍ଜନଙ୍କୁ ଡ୍ରାଇଭର ମାନେ ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ତାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଏକ ଭିଡିଓ ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଯାହାକୁ ଦେଖିଲା ପୋଲିସ ଏହି ଦୁଇଟି ଘଟଣା ଉପରେ କଣ ପଦକ୍ଷେପ ନେଉଛି ତାହା ସମୟ କହିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details