କେନ୍ଦ୍ରାପଡା:ଜିଲ୍ଲାରେ ନିର୍ମାଣ ହେବାକୁ ଥିବାମେଗା ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନରେ ବସିଥିବା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଏସସିବି ସ୍ଥାନାନ୍ତର । ଅନଶନକାରୀ ପରିବେଶବିତ ତଥା ଭିତରକନିକା ଇକୋ ସେନସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ପୋଲିସ ଲଗାଇ ବଳ ପୂର୍ବକୁ ଏସସିବି ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ।
ଇକୋ ମନିଟରିଂ ଜୋନ ବୈଠକରେ ଚଞ୍ଚକତା କରାଯାଇ ସମ୍ବେଦନଶୀଳ ପରିସୀମା ମଧ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନରେ ବସିଥିଲେ କମିଟି ସଦସ୍ୟ ଶ୍ରୀକାନ୍ତ । ତେବେ ଚଞ୍ଚକତା କରି କେନ୍ଦ୍ରାପଡାରେ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପରେ ଜିଲ୍ଲାପାଳ, ରାଜନଗର ବନବିଭାଗ ଅଧିକାରୀ ତଥା ମନିଟରିଂ ଜୋନର ସମ୍ପାଦକ ସମ୍ପୃକ୍ତି ଥିବା ଅଭିଯୋଗ କରି IIT ହାଇଦ୍ରାବାଦ ରିପୋର୍ଟର ତର୍ଜମା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଅନୁଧ୍ୟାନ କରାଯାଉ ବୋଲି ଦାବି କରି ଗତ ୧୦ ତାରିଖରୁ ଅନଶନରେ ବସିଥିଲେ ଶ୍ରୀକାନ୍ତ ନାୟକ ।