ଓଡିଶା

odisha

ETV Bharat / state

ଅନଶନକାରୀଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ - କେନ୍ଦ୍ରାପଡା ଅନଶନକାରୀ

ଶାନ୍ତିପୂର୍ଣ୍ଣ ଭାବେ ଆମରଣ ଅନଶନରେ ବସି ରହିଥିବା ପରିବେଶବିତଙ୍କୁ ଜୋର ଜବରଦସ୍ତ ଉଠାଇ ମେଡିକାଲରେ ପହଞ୍ଚାଇଛି କେନ୍ଦ୍ରାପଡା ପୋଲିସ। ଅଧିକ ପଢନ୍ତୁ...

ଅନଶନକାରୀଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ
ଅନଶନକାରୀଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

By

Published : Aug 15, 2021, 10:07 PM IST

କେନ୍ଦ୍ରାପଡା: ନିର୍ଦ୍ଦୟ ପ୍ରଶାସନର ନିଷ୍ଠୁର ପଦକ୍ଷେପ । ଶାନ୍ତିପୂର୍ଣ୍ଣ ଭାବେ ଆମରଣ ଅନଶନରେ ବସି ରହିଥିବା ପରିବେଶବିତଙ୍କୁ ଜୋର ଜବରଦସ୍ତ ଉଠାଇ ମେଡିକାଲରେ ପହଞ୍ଚାଇଛି ପୋଲିସ। ଭିତରକନିକା ଇକୋ ଜୋନ ମନିଟରିଂ କମିଟି ସଦସ୍ୟ ଥିବା ସମ୍ଭାବନା ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ଶ୍ରୀକାନ୍ତ ନାୟକ ରାଜକନିକା ଭାରିଗଦା ଠାରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ଭିତରକନିକା ଓ ଏହା ସହ ସଂଲଗ୍ନ ଅଞ୍ଚଳ ବ୍ୟାପକ ପ୍ରଭାବିତ ହେବା ଅଭିଯୋଗ କରି ଗତ ୧୦ ତାରିଖରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅନଶନରେ ବସି ରହିଥିଲେ।

ଅନଶନକାରୀଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ଶ୍ରୀକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଭିତରକନିକା ଇକୋ ଜୋନ୍ ମଧ୍ୟରେ କୌଣସି ପ୍ରକଳ୍ପ କରାଗଲେ ମନିଟରିଂ କମିଟିର ପରାମର୍ଶ ନିଆଯିବା ନିୟମ ରହିଛି କିନ୍ତୁ ଜିଲ୍ଲା ପ୍ରଶାସନ ମନିଟରିଂ କମିଟିର ଅନୁମତି ନନେଇ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ଖରସ୍ରୋତା ନଦୀ ଶୁଷ୍କ ହେବ ଏବଂ ମଧୁର ଜଳର ପରିମାଣ ହ୍ରାସ ପାଇବା ଯୋଗୁଁ ଭିତରକନିକା ଜାତୀୟ ଉଦ୍ୟାନରେ ଆଉ ହେନ୍ତାଳ ଗଛ ଦେଖିବାକୁ ମିଳିବ ନାହିଁ ଯାହାକି କେବଳ ମଧୁର ଓ ଲୁଣି ଜଳର ସମ୍ମିଶ୍ରଣରେ ହୋଇଥାଏ।ହେନ୍ତାଳବଣ ନରହିଲେ ଭିତରକନିକା ଜାତୀୟ ଉଦ୍ୟାନ କ୍ରମଶଃ ଚିତ୍ରରେ ସୀମିତ ହେବା ଅଭିଯୋଗ କରି ଓ ପ୍ରକୃତିକୁ ନ୍ୟାୟ ପ୍ରଦାନ ପାଇଁ ଅନଶନରେ ବସିଥିବା କହିଛନ୍ତି ଶ୍ରୀକାନ୍ତ।

କିନ୍ତୁ, ଦୁର୍ଭାଗ୍ୟଜନକ ଭାବେ ଆଜି(ରବିବାର) ମଧ୍ୟାହ୍ନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ କୌଣସି ଡାକ୍ତରୀ ଟିମ ତାଙ୍କ ପାଖକୁ ପଠାଯାଉ ନଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ସହ ଆଲୋଚନା ମଧ୍ୟ କରିନଥିଲେ। ତେବେ ଆଜି ଅପରାହ୍ନରେ କେନ୍ଦ୍ରାପଡା ସଦର ପୋଲିସ ଅନଶନ ସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କୁ ବଳପୂର୍ବକ ସେଠାରୁ ଉଠାଇ ନେଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଶ୍ରୀକାନ୍ତଙ୍କ ସମର୍ଥକ।

ଏହି ବଳ କଷାକଷି ମଧ୍ୟରେ ପୋଲିସ ପ୍ରଥମେ ଶ୍ରୀକାନ୍ତଙ୍କ ସମର୍ଥକ ମାନଙ୍କୁ ଉଠାଇ ନେଇଥିବା ବେଳେ ପରେ ଜୋର ଜବରଦସ୍ତ ଶ୍ରୀକାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିବା ଜଣାପଡିଛି। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଜିଲ୍ଲା ପ୍ରଶାସନ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପୋଲିସ ଶ୍ରୀକାନ୍ତଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ଡ୍ରେସିଂ ଟେବୁଲ ଉପରେ ପକାଇଦେଇ ଛାଡି ଦେଇଥିଲା । ପରେ ଗଣମାଧ୍ୟମ ନଜରକୁ ଏଭଳି ଘଟଣା ଆସିବା ପରେ ତରବରିଆ ଭାବେ ଶ୍ରୀକାନ୍ତଙ୍କୁ କ୍ୟାବିନକୁ ସିଫ୍ଟ କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details