କେନ୍ଦ୍ରାପଡା: ଆଜି (ରବିବାର) ଠାରୁ ଆରମ୍ଭ ହୋଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା | ପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |
ଏନେଇ ଆଜି(ରବିବାର) କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍ ସିଂ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପୋଲିସ ବ୍ରିଫିଙ୍ଗ୍ କରିବା ସହିତ ସହରରେ ପୋଲିସ ମୁତୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ | ତେବେ ପୂଜା ପାଇଁ ସହରରେ ମୋଟ 28 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି | ସେମାନଙ୍କ ମଧ୍ୟରେ 3 ଆଡିସିନାଲ ଏସପି, 7 ଡିଏସ୍ପି, 22 ଇନ୍ସପେକ୍ଟର, ଏସ୍ଆଇ, 93 ଏଏସ୍ଆଇ , 35 ହାବିଲଦାର, 240 ଜଣ କନଷ୍ଟେବଲ ଏବଂ 335 ଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।