ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡିଆଙ୍କ ପ୍ରଶଂସା, ହେନ୍ତାଳବଣ ସୃଷ୍ଟି କରି ଚର୍ଚ୍ଚାରେ ବିଜୟ - ବିଜୟ କବି

ଓଡିଶାର ଲୁକାୟିତ 2ଟି ରତ୍ନ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ରେ ଆଲୋଚନା କରିଛନ୍ତି । ଆଜି 75 ତମ ମନ କି ବାତ କାର୍ଯ୍ୟକ୍ରମରେ 2 ଜଣ ଗ୍ରୀନ୍ ୱାରିୟରଙ୍କ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ମୃତ୍ତିକା ଅବକ୍ଷୟରୁ ରୋକିବାରେ ସଫଳ ବିଜୟ କବି
ମୃତ୍ତିକା ଅବକ୍ଷୟରୁ ରୋକିବାରେ ସଫଳ ବିଜୟ କବି

By

Published : Mar 28, 2021, 4:08 PM IST

କେନ୍ଦ୍ରାପଡା: ଓଡିଶାର ଲୁକାୟିତ 2ଟି ରତ୍ନ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ରେ ଆଲୋଚନା କରିଛନ୍ତି । ଆଜି 75 ତମ ମନ କି ବାତ୍ କାର୍ଯ୍ୟକ୍ରମରେ 2 ଜଣ ଗ୍ରୀନ୍ ୱାରିୟର ଓ ଓଡିଶାର ରାଜଧାନୀର ଜଣେ ମହିଳାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଗ୍ରୀନ ୱାରିୟର ହେଉଛନ୍ତି କେନ୍ଦ୍ରାପଡ଼ାର ବିଜୟ କୁମାର କବି, ପାରାଦ୍ବୀପର ଅମରଶ ସାମନ୍ତ। ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି ନେଇ ସେମାନଙ୍କ ପ୍ରୟାସକୁ ମୋଦି ଧନ୍ୟବାଦ ଜଣାଇଛନ୍ତି ।

ମୃତ୍ତିକା ଅବକ୍ଷୟରୁ ରୋକିବାରେ ସଫଳ ବିଜୟ କବି

କେନ୍ଦ୍ରାପଡ଼ା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼କୋଟ ଗ୍ରାମଟି ହଂସୁଆ ନଦୀ ଗର୍ଭରେ ଲୀନ ହେବାକୁ ବସିଛି । ତେବେ ଏହାର ରକ୍ଷା ପାଇଁ ଦୀର୍ଘ ୧୨ବର୍ଷ ହେଲାଣି ଏଠାରେ ବିଜୟ କୁମାର କବିଙ୍କ ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିଲା ହେନ୍ତାଳବଣ ସୃଷ୍ଟି। ଏହି ହେନ୍ତାଳବଣ ସୃଷ୍ଟି ହେବା ଫଳରେ ବର୍ତ୍ତମାନ ଗାଁଟି ସମ୍ପୂର୍ଣ୍ଣ ରୂପେ ବିପଦମୁକ୍ତ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ବିଜୟ ଏବଂ ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । 25 ଏକର ବନ୍ଧ୍ୟା ଜମିରେ ପ୍ରାକୃତିକ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ 15,000 ହେନ୍ତାଳବଣ ରୋପଣ କରିଛନ୍ତି ବିଜୟ । ଏହା ଦ୍ବାରା ସମୁଦ୍ର ପାର୍ଶ୍ୱରେ ଥିବା ବଡକୋଟ ଗ୍ରାମକୁ ଜମି କ୍ଷୟରୁ ରକ୍ଷା କରିପାରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡିଆଙ୍କ ପ୍ରସଂଶା

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details