ଓଡିଶା

odisha

By

Published : Apr 26, 2021, 2:17 PM IST

ETV Bharat / state

ପରୀକ୍ଷା ବନ୍ଦ ଦାବିରେ +୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

‘ଦଶମ ପାଠ ପାଠ, ଆମ ପାଠ ପରିବା ହାଟ’ । ଏଭଳି ଅଭିନବ ନାରା ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କଲେଜର ଶହଶହ ଛାତ୍ରଛାତ୍ରୀ ଆଜି(ସୋମବାର) କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପରୀକ୍ଷା ବନ୍ଦ ଦାବି କରି +୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ପରୀକ୍ଷା ବନ୍ଦ ଦାବି କରି +୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡ଼ା: ‘ଦଶମ ପାଠ ପାଠ, ଆମ ପାଠ ପରିବା ହାଟ’ । ଏଭଳି ଅଭିନବ ନାରା ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କଲେଜର ଶହଶହ ଛାତ୍ରଛାତ୍ରୀ ଆଜି(ସୋମବାର) କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ବାତିଲ କରାଯାଇଥିବା ବେଳେ କାହିଁକି +୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି, ସେନେଇ ଅଭିଯୋଗ କରି ଛାତ୍ରଛାତ୍ରୀ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଇସ୍ତଫା ଦାବି କରିଛନ୍ତି ।

ପରୀକ୍ଷା ବନ୍ଦ ଦାବି କରି +୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଏପଟେ ମାତ୍ର ୧୦୦ଦିନରୁ କମ ପାଠପଢା ହୋଇଥିବା ବେଳେ ସେମାନେ କିପରି ଓ କେବେ ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ କୋଭିଡ ସମୟ କେବେ ଯିବ ଓ କେବେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ, ତାହା ସମୟ ସାପେକ୍ଷ ହୋଇଥିବା ବେଳେ ପରୀକ୍ଷା ବିଳମ୍ବ ଓ ଅସମୟରେ ହେଲେ ଛାତ୍ରଛାତ୍ରୀଙ୍କ ଏକବର୍ଷ ବେକାର ହୋଇଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଅପରପକ୍ଷରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନଥିବାରୁ ଅନଲାଇନ ପରୀକ୍ଷା ସମ୍ଭବ ନୁହେଁ, ଯାହାକି ସରକାର ଚିନ୍ତା ନକରି ଚେଇଁ ଶୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details