ଓଡିଶା

odisha

ETV Bharat / state

ବଜାରରେ ପ୍ଲାଷ୍ଟିକ ବନ୍ଧାକୋବି, ଚିନ୍ତାରେ ଖାଉଟି - plastic cabbage in kendrapara

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାମନଗର ବଜାରରେ ପ୍ଲାଷ୍ଟିକ କୋବି ବିକ୍ରି ଘଟଣା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ବଜାରରେ ପ୍ଲାଷ୍ଟିକ ବନ୍ଧାକୋବି, ଚିନ୍ତାରେ ଖାଉଟି
ବଜାରରେ ପ୍ଲାଷ୍ଟିକ ବନ୍ଧାକୋବି, ଚିନ୍ତାରେ ଖାଉଟି

By

Published : Mar 7, 2021, 8:02 PM IST

କେନ୍ଦ୍ରାପଡା:ବିଗତ ଦିନ ମାନଙ୍କରେ ବଜାରରେ ପ୍ଲାଷ୍ଟିକ ଚାଉଳ ଓ ଅଣ୍ଡା ବିକ୍ରି ଘଟଣା ସାମ୍ନାକୁ ଆସିଥିଲା । ତେବେ ରବିବାର କେନ୍ଦ୍ରାପଡାରୁ ପୁଣି ଏମିତି ଚିତ୍ର ଦେଖିବାକୁ ମିଳିଛି । ଜିଲ୍ଲା ମହାକାଳପଡା ବ୍ଲକ ରାମନଗର ବଜାରରୁ ଜଣେ ବ୍ୟକ୍ତି ଏକ ବନ୍ଧାକୋବି ନେଇଥିବାବେଳେ କୋବିଟି ପ୍ଲାଷ୍ଟିକ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ବଜାରରେ ପ୍ଲାଷ୍ଟିକ ବନ୍ଧାକୋବି, ଚିନ୍ତାରେ ଖାଉଟି

ସୂଚନାଯୋଗ୍ୟ, ବିକ୍ରମ ନାୟକ ନାମକ ଜଣେ ବ୍ୟକ୍ତି ରାମନଗରରୁ ବନ୍ଧାକୋବି କିଣି ଘରକୁ ନେଇଥିଲେ । ପରେ କୋବିଟିକୁ ରୋଷେଇ ପାଇଁ କାଟି ସିଝା ଯାଇଥିଲା । ମାତ୍ର ଦୀର୍ଘ ଏକ ଘଣ୍ଟା ବିତି ଯାଇଥିଲେ ବି ତାହା ସିଝି ନଥିଲା । ଏପରିକି ସିଝିବା ବଦଳରେ ତାହା ଲାଳୁଆ ହୋଇଯାଇଥିଲା ଏବଂ ନିଆଁରେ ପତ୍ରକୁ ଦେଖାଇବା ପରେ ପତ୍ରକୁ ଟାଣିରେ ପ୍ଲାଷ୍ଟିକ ଭଳି ଏହା ଲମ୍ବି ଯାଉଥିବାର ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ବ୍ୟବସାୟୀ ଓ ବଜାର କମିଟିର ସଭାପତି ଏହି ପ୍ଲାଷ୍ଟିକ କୋବିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ରାମନଗର ବାସିନ୍ଦାଙ୍କ ମତରେ ବ୍ୟବସାୟୀମାନେ ଅଧିକ ଦିନ ସତେଜ ରଖିବା ପାଇଁ ପରିବାରେ କୌଣସି ରାସାୟନିକ ପଦାର୍ଥ ମିଶ୍ରଣ କରିଛନ୍ତି। ନିପଟ୍ଟ ମଫସଲ ମହାକାଳପଡା ରାମନଗର ଅଞ୍ଚଳରେ ଯଦି ଏଭଳି ପ୍ଲାଷ୍ଟିକ ମିଶ୍ରିତ ସାମଗ୍ରୀ ଅକ୍ଲେଶରେ ପହଞ୍ଚି ପାରୁଛି, ତେବେ ବଡ ବଡ ସହରରେ କେତେ ପରିମାଣର ଅପମିଶ୍ରିତ ସାମଗ୍ରୀ ବିକ୍ରି ହେଉଥିବ ତାହା ଘଟଣାରୁ ସ୍ପଷ୍ଟ ବାରି ହେଉଛି । ଅନ୍ୟପକ୍ଷେ ଏହିସବୁ ଖାଇବା ଦ୍ବାରା ବିଭିନ୍ନ ପ୍ରକାରର ରୋଗ ସହିତ ଦେହ କୁଣ୍ତେଇ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details