ଓଡିଶା

odisha

ETV Bharat / state

ଗାଁରେ ମିଳୁଛି ସହରୀ ଖୁସି, ମନ ମୋହୁଛି ପାର୍କ ଓ ପୁଷ୍କରିଣୀ - ମନ ମୋହୁଛି ପାର୍କ

ଗାଁରେ ସହରର ମଜା । ଲୋକଙ୍କୁ ଆକର୍ଷିତ କରୁଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତରେ ନିର୍ମିତ ହୋଇଥିବା ଗ୍ରାମୀଣ ପାର୍କ । ତା ସାଙ୍ଗକୁ ସୁନ୍ଦର ପୁଷ୍କରିଣୀ ଓ ରଙ୍ଗବେରଙ୍ଗର ଫୁଲ ଆଉ ଘାସ ଗାଲିଚା । ଅଧିକ ପଢନ୍ତୁ...

ଗାଁରେ ମିଳୁଛି ସହରୀ ଖୁସି, ମନ ମୋହୁଛି ପାର୍କ ଓ ପୁଷ୍କରିଣୀ
ଗାଁରେ ମିଳୁଛି ସହରୀ ଖୁସି, ମନ ମୋହୁଛି ପାର୍କ ଓ ପୁଷ୍କରିଣୀ

By

Published : Aug 6, 2021, 3:07 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତରେ ନିର୍ମିତ ହୋଇଛି ଗ୍ରାମୀଣ ପାର୍କ । ଯାହା ମଧ୍ୟରେ ରହିଛି ଲୋକଙ୍କୁ ଆକର୍ଷିତ କରିବା ଭଳି ସୁନ୍ଦର ପୁଷ୍କରିଣୀ ଓ ରଙ୍ଗ ବେରଙ୍ଗର ଭଳିକି ଭଳି ଫୁଲର ସମାହାର। ଦେଖିଲେ ଯେ କେହି ଘଡ଼ିଏ ଚାହିଁବେ ରହିବେ ଏହି ମନୋରମ ଦୃଶ୍ୟକୁ । ଘାସ ଗାଲିଚା ବି ବେଶ ଆକର୍ଷଣୀୟ ହୋଇଛି । ଏ ପାର୍କର ଦୃଶ୍ୟ କୌଣସି ସହରି ପାର୍କ ଠାରୁ ମଧ୍ୟ କମ ନୁହଁ ବୋଲି ମନେ ହେଉଛି ।

ଗାଁରେ ମିଳୁଛି ସହରୀ ଖୁସି, ମନ ମୋହୁଛି ପାର୍କ ଓ ପୁଷ୍କରିଣୀ

ଏଥି ସହ ଛୋଟ ଛୋଟ ପିଲାମାନେ ଖେଳିବା ପାଇଁ ଦୋଳି, ଝୁଲଣା, ଚରକା ମଧ୍ୟ ଲାଗିଛି । ଆଉ ଏହାର ଭରପୁର ମଜା ନେଉଛନ୍ତି ପିଲାମାନେ। ଝିଅ ମାନେ ମଧ୍ୟ ବୁଲି ବୁଲି ସେଲ୍ଫି ଉଠାଉଛନ୍ତି ଆଉ ଗାଁର ମହିଳା,ଯୁବକ,ବୃଦ୍ଧ, ବୃଦ୍ଧା ମାନେ ସୁନ୍ଦର ପୁଷ୍କରିଣୀ ନିକଟରେ ବସି ଖୁସି ଗପରେ ମଜିଛନ୍ତି। ଆଉ କିଏ କିଏ ପୁଷ୍କରିଣୀର ଚାରିପଟେ ବୁଲି ବୁଲି ମଜା ନେଉଛନ୍ତି।

ଗାଁରେ ମିଳୁଛି ସହରୀ ଖୁସି, ମନ ମୋହୁଛି ପାର୍କ ଓ ପୁଷ୍କରିଣୀ

ଦିନଥିଲା ପାର୍କ ଓ ସୁନ୍ଦର ପୁଷ୍କରିଣୀ ନିର୍ମାଣ ହୋଇଥିବା ସ୍ଥାନଟି ଅନାବାଦୀ ଗୋଚର ଭାବେ ପଡିରହି ଗାଈଗୋରୁଙ୍କ ଚରାଭୂଇଁ ପାଲଟି ଥିଲା। ହେଲେ ଟୁଙ୍ଗା ପଂଚାୟତର ସରପଞ୍ଚ ଓ ଆଳି ବ୍ଲକ ପ୍ରଶାସନର ସହଯୋଗ ଫଳରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନାର ଅନୁଦାନରେ ନିର୍ମିତ ହୋଇଛି ପାର୍କ ଓ ସୁନ୍ଦର ପୁଷ୍କରିଣୀ।ଏହାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବୁଲି ଦେଖିବା ପରେ ଟ୍ୱିଟ କରି ଭୂରି ଭୂରି ପ୍ରଶଂସା କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details