ଓଡିଶା

odisha

ETV Bharat / state

ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି: ପ୍ରଶାସନିକ ନିୟମ ମାନ, ପୁରସ୍କୃତ ହୁଅ - ପ୍ରଶାସନିକ ନିୟମ ମାନ

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଲାଗି ଶାନ୍ତି କମିଟି ବୈଠକ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ । ପୂଜାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବରେ ସମ୍ପାଦିତ କରିବା ପାଇଁ ବୈଠକରେ ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 22, 2019, 12:02 PM IST

କେନ୍ଦ୍ରାପଡା: ଗଜଲକ୍ଷ୍ମୀ ପୂଜା ଲାଗି ଶାନ୍ତି କମିଟି ବୈଠକ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ । ପୂଜାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବରେ ସମ୍ପାଦିତ କରିବା ପାଇଁ ବୈଠକରେ ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବୈଠକରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିବାବେଳେ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପୂଜା ପୂର୍ବରୁ ସହରର ସ୍ବଚ୍ଛତା, ରାସ୍ତା ମରାମତି, ପାନୀୟ ଜଳ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇ ଏଗୁଡିକର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ପୂଜା ସମୟରେ ଛକ ଜାଗା, ପୂଜା କମିଟି ନିକଟରେ ଅସ୍ଥାୟୀ ପୋଲିସ କ୍ୟାମ୍ପ, ମେଡିକାଲ ସହାୟତା ଇତ୍ୟାଦି ଯୋଗାଇଦେବା ପାଇଁ କମିଟି ଗୁଡିକ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ସେପଟେ ଯେଉଁ ପୂଜା କମିଟି ଶୃଙ୍ଖଳା, ଶବ୍ଦ କଟକଣା, ଟ୍ରାଫିକ କଣ୍ଟ୍ରୋଲ ଉପରେ ପ୍ରଶାସନିକ ନିର୍ଦ୍ଦେଶକୁ ମାନିନେବ ସେହି କମିଟିକୁ ଚଳିତବର୍ଷ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଗଜଲକ୍ଷ୍ମୀ ପୂଜା ୧୩ରୁ ଆରମ୍ଭ ହୋଇ ୧୯ ତାରିଖରେ ବିସର୍ଜନ କରାଯିବ । ଏହାସହ ୨୦ ଓ ୨୧ ତାରିଖରେ ମେଳଣ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details