ଓଡିଶା

odisha

ETV Bharat / state

ପିଡିଏସ ଚୋରାଚାଲାଣ, 210 ବସ୍ତା ଗହମ ଜବତ କଲା ସଦର ପୋଲିସ - kendrapara wheat seized

କେନ୍ଦ୍ରାପଡା ଜିଲ୍ଲାରେ ପ୍ରତି ମାସରେ ଶହଶହ ବସ୍ତା ପିଡିଏସ ଗହମ ଓ ଚାଉଳ ଚୋରି ହେଉଥିବାର ଅଭିଯୋଗ ହେଉଛି । ଏନେଇ ପୁର୍ବରୁ ଇଟିଭି ଭାରତରେ ଖୁଲାସା ହୋଇ ସାରିଥିବାବେଳେ ଆଜି ଏକ ଟ୍ରକ ବୋଝେଇ ଗହମ ଚୋରାଚାଲାଣ ହେଉଥିବାବେଳେ ଜବତ ହୋଇଛି । ଅଧିକ ପଢନ୍ତୁ...

ପିଡିଏସ ଚୋରାଚାଲାଣ
ପିଡିଏସ ଚୋରାଚାଲାଣ

By

Published : Nov 20, 2020, 8:08 PM IST

କେନ୍ଦ୍ରାପଡା: ଜିଲ୍ଲାରେ ଚୋରି ହେଉଛି ଶହଶହ ବସ୍ତାର ଗହମ ଓ ଚାଉଳ ! ଦିନ ଦ୍ବିପ୍ରହରେ ଟ୍ରକରେ ଚାଲିଛି ଚୋରାଚାଲାଣ ! ସଦର ଥାନା ଗୋପ-ଜୁତିଆଳ ଗାଁ ରାସ୍ତାରେ ଚୋରା ଗହମ ବୋଝେଇ ଟ୍ରକକୁ ପୋଲିସ ଜବତ କରିବା ପରେ ଆରମ୍ଭ ହୋଇଛି ତନାଘନା ।

ପିଡିଏସ ଚୋରାଚାଲାଣପିଡିଏସ ଚୋରାଚାଲାଣ, 210ବସ୍ତା ଗହମ ଜବତ କଲା ସଦର ପୋଲିସ

ପାଖାପାଖି 210 ବସ୍ତା ଗହମ ଗାଡିରେ ଯାଉଥିବାବେଳେ ଏହାକୁ ପୋଲିସ ଜୁତିଆଳ ଗାଁ ନିକଟରେ ଜବତ କରିଛି । ଡ୍ରାଇଭରକୁ ଅଟକ ରଖି ତଦନ୍ତ ମଧ୍ୟ ଆରମ୍ଭ କରିଛି । ହେଲେ ଏହି ଗହମ କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ତାହାର କୌଣସି ସଠିକ୍‌ ଉତ୍ତର ଦେଇପାରୁନି ଡ୍ରାଇଭର । କେତେବେଳେ ଗହମ ଛଘରିଆସ୍ଥିତ ସରକାରୀ ପଣ୍ୟଗାରରୁ ଉଠାଇଥିବା କହୁଥିବାବେଳେ କେତେବେଳେ ମୁଁ ଜାଣିନି ବୋଲି କହୁଛି ।

ସେପଟେ ଯୋଗାଣ ବିଭାଗ ଏହାକୁ ଫାଙ୍କିଛନ୍ତି । ଛଘରିଆ ଦାୟିତ୍ବରେ ଥିବା ପିଙ୍କୁଇନ ସାମନ୍ତରାୟ ଗାଡି ନମ୍ବର OD05AY-2668 ଟି ତାଙ୍କ ଅଧିନରେ ଲୋଡ କରାଯାଇନାହିଁ ବୋଲି ଫୋନ ଯୋଗେ ଇଟିଭି ଭାରତକୁ କହିଛନ୍ତି । ଯାହା ଟ୍ରକଟିରେ ଯାଉଥିବା ଗହମ ଚୋରାଚାଲାଣ ହେଉଥିବାର ସଙ୍କେତ ଦେଉଛି । ପୂର୍ବରୁ ଅନେକ ଥର ପିଡିଏସ ଚୋରାଚାଲାଣର ଅଭିଯୋଗ ହୋଇଥିଲେ ବି ପ୍ରଶାସନ ଚୁପ୍‌ ବସିଛି ।

ତେବେ ଏବେର ଘଟଣା ପରେ ଜିଲ୍ଲା ଯୋଗାଣ ଅଧିକାରୀ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ କଥା କହିଛନ୍ତି ।

ଗରିବଙ୍କ ପାଇଁ ଆସୁଥିବା ପିଡିଏସ ସାମଗ୍ରୀ ଜିଲ୍ଲାରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି । ଏପରିକି କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଯୋଗାଣ ବିଭାଗ ଚେଇଁ ଶୋଇଥିବା ମଧ୍ୟ କୁହାଯାଉଛି । ହେଲେ ଏବେ ରେଡ୍‌ ହ୍ୟାଣ୍ଡରେ ଏହା ଧରା ପଡିବା ପରେ ବିଭାଗ କି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details