କେନ୍ଦ୍ରାପଡା: ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଆରମ୍ଭ ହେଲା ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ (PCV) ଟୀକାକରଣ । ଭର୍ଚ୍ଚୁଆଲ ମାଧ୍ୟମରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ୟୁନିସେଫ ପକ୍ଷରୁ ରାଜ୍ୟରେ କୋଭିଡ ମହାମାରୀ ସମୟରେ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି WHO ପ୍ରତିନିଧି । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ,କେନ୍ଦ୍ରାପଡ଼ା ସାଂସଦ ଓ ବିଧାୟକ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
PCV ଟୀକାକରଣ ଆରମ୍ଭ , ୭୧ କେନ୍ଦ୍ରରେ ଟିକା ନେଲେ ୧୩୫ ଶିଶୁ - Kendrapara district head quarter hospital
କେନ୍ଦ୍ରାପଡାରେ ଆରମ୍ଭ ହେଲା ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ (PCV) ଟୀକାକରଣ । ଶିଶୁମାନଙ୍କୁ ନିମୋନିଆ,ବୃକକ ସଂକ୍ରମଣରୁ ମିଳିବ ସୁରକ୍ଷା । ଭର୍ଚ୍ଚୁଆଲି ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ । ଉପସ୍ଥିତ ଥିଲେ ଜିଲ୍ଲାପାଳ, ସାଂସଦ ଓ ବିଧାୟକ । ଅଧିକ ପଢନ୍ତୁ ....
![PCV ଟୀକାକରଣ ଆରମ୍ଭ , ୭୧ କେନ୍ଦ୍ରରେ ଟିକା ନେଲେ ୧୩୫ ଶିଶୁ କେନ୍ଦ୍ରାପଡାରେ ଆରମ୍ଭ ହେଲା PCV ଟୀକାକରଣ, ୭୧ ସେଣ୍ଟରରେ ଟିକା ନେଲେ ୧୩୫ ଶିଶୁ](https://etvbharatimages.akamaized.net/etvbharat/prod-images/768-512-12314714-thumbnail-3x2-kdpp.jpg)
କେନ୍ଦ୍ରାପଡାରେ ଆରମ୍ଭ ହେଲା PCV ଟୀକାକରଣ, ୭୧ ସେଣ୍ଟରରେ ଟିକା ନେଲେ ୧୩୫ ଶିଶୁ
କେନ୍ଦ୍ରାପଡାରେ ଆରମ୍ଭ ହେଲା PCV ଟୀକାକରଣ, ୭୧ କେନ୍ଦ୍ରରେ ଟିକା ନେଲେ ୧୩୫ ଶିଶୁ
ଆଜି ଜିଲ୍ଲାର ମୋଟ 71ଟି କେନ୍ଦ୍ରରେ ମୋଟ 135ଜଣ ଶିଶୁଙ୍କୁ ଏହି ଟୀକା ଦିଆଯିବା ପାଇଁ ଵ୍ୟଵସ୍ଥା କରାଯାଇଛି । ପିସିଭି ଟିକା ପୁର୍ବରୁ ଦେୟଯୁକ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହାକୁ ଦେୟମୁକ୍ତ ଓ ପର୍ଯ୍ୟାୟକ୍ରମେ 5ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରାପଡା ବିଧାୟକ । ସେହିପରି ଏହି ଟିକା ନେବା ଦ୍ବାରା ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ନିମୋନିଆ,ବୃକକ ସଂକ୍ରମଣ ଜନିତ ମୃତ୍ୟୁକୁ ରୋକ ଲଗାଯାଇପାରିବ ବୋଲି କହିଛନ୍ତି ସାଂସଦ ଅନୁଭବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହନ୍ତି, ଇଟିଭି ଭାରତ