କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଗୋମାଂସ ଜବତ ଘଟଣା । ଜବତ ଗୋମାଂସ ପୋତିବାକୁ ଫେଲ ମାରିଛି ପୋଲିସ ପ୍ରଶାସନ । ଦୀର୍ଘ 24 ଘଣ୍ଟା ପରେ ବି ପୋଲିସକୁ ଗୋମାଂସ ପୋତିବାକୁ ସ୍ଥାନ ମିଳୁନାହିଁ । ଅନ୍ୟପଟେ ମାଂସ ଗୁଡିକ ପଚିଯିବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଯାତାୟାତ କରିବା କଷ୍ଟକର ହୋଇପଡିଛି । ଅନ୍ୟପଟେ ମାମଲା ରୁଜ୍ଜୁ କରି ଗିରଫ 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଗୋମାଂସ ଜବତ ଘଟଣା । ଜବତ ଗୋମାଂସକୁ ପୋତିବାକୁ ନେଇ ଏକ ପ୍ରକାର ଅସହାୟ ହୋଇପଡିଛି ପ୍ରଶାସନ । ଦୀର୍ଘ 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାଂସ ପୋତିବାକୁ ପୋଲିସକୁ ସ୍ଥାନ ମିଳିପାରୁନାହିଁ । ଫଳରେ ଏବେ ଦୁର୍ଗନ୍ଧରେ ଫାଟି ପଡୁଛି ପଟ୍ଟାମୁଣ୍ଡାଇ ସହର । ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏହି ଗୋମାଂସ ଟ୍ରକରେ ପଡି ରହିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୋଲିସ ଗତକାଲି (ଗୁରୁବାର) ରାତିରେ ଜବତ କରିଥିବା ଗୋମାଂସ, ହାଡ଼ ଓ ଚମଡା ବୋଝେଇ ଟ୍ରକ ମାମଲାର ବିଧିବଦ୍ଧ ତଦନ୍ତ କରି ଆଜି ଏକ ମକଦ୍ଦମା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।