ଓଡିଶା

odisha

ETV Bharat / state

ପାଟକୁରା ପଲିଟିକ୍ସ: ମୈଦାନରେ ହେଭିୱେଟ

ନିର୍ବାଚନ ପାଇଁ ପ୍ରଚାରରେ ଉଠୁଛି ପଡୁଛି ପାଟକୁରା ନିର୍ବାଚନ ମଣ୍ଡଳୀ । ନିଜ ଦଳର ପ୍ରାର୍ଥୀଙ୍କୁ ବିଜେତା କରିବା ପାଇଁ ମୈଦାନରେ ତିନି ଦଳର ହେଭିୱେଟ ।

By

Published : Jul 14, 2019, 11:26 PM IST

ଡିଜାଇନ ଫଟୋ

କେନ୍ଦ୍ରାପଡା: ପାଟକୁରା ମହାସମର ପାଇଁ ସମରକ୍ଷେତ୍ରରେ ଓଜନଦାର ନେତା । ନିର୍ବାଚନ ପାଇଁ ପ୍ରଚାରରେ ଉଠୁଛି ପଡୁଛି ପାଟକୁରା ନିର୍ବାଚନ ମଣ୍ଡଳୀ । ଭୋଟ ଗ୍ରହଣକୁ କିଛିଦିନ ବାକିଥିବାବେଳେ ପାଟକୁରାରେ ତିନିଦଳର ହେଭିୱେଟଙ୍କୁ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗରଦପୁର, ପାଟକୁରା ଓ ଡେରାବିଶ୍‌ ବ୍ଲକ ପାଇଁ ଡେରା ପକାଇଛନ୍ତି ନେତା । ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦଳର ତୁଙ୍ଗ ନେତୃତ୍ବ । ନିର୍ବାଚନ ପ୍ରଚାରରେ ଆଗରେ ଥିବା ବିଜେଡି ବିଜେପି ପ୍ରାର୍ଥୀ ବିଜୟଙ୍କ ବିଧାନସଭା ବାଟକୁ ରୋକିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି । ଦଳର ଅନେକ ତୁଙ୍ଗନେତା ତିନି ବ୍ଲକରେ ପ୍ରଚାର ଜୋରଦାର କରିଛନ୍ତି । ପୂର୍ବତନ ଚଳଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହ ସାଂସଦ ଅନୁଭବ ମହାନ୍ତି ପ୍ରମୁଖ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ଦଳ ବହୁ ଭୋଟ ବ୍ୟବଧାନରେ ବାଜିମାତ୍‌ କରିବା ବୋଲି ନେତା ମାନେ କହିଛନ୍ତି ।

ସେପଟେ ଆଜି(ରବିବାର) ଗରଦପୁର ବ୍ଲକର ପ୍ରାୟ ୧୪ଟି ପଞ୍ଚାୟତ ବୁଲି ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ବିଶାଳ ରୋଡସୋ ମାଧ୍ୟମରେ ଭୋଟର ମାନଙ୍କ ପାଖରେ ପହଞ୍ଚି ବିଜୟଙ୍କ ପାଇଁ ଧର୍ମେନ୍ଦ୍ର ଭୋଟଭିକ୍ଷା କରିଛନ୍ତି ।

ଗୋଟିଏ ପଟେ ବିଜେପି ଅନ୍ୟପଟେ ବିଜେଡି ପ୍ରଚାର କରୁଥିବାବେଳେ କଂଗ୍ରେସ ବିଳମ୍ବରେ ହେଲେ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛି । ସାଂସଦ ସପ୍ତଗିରି ଉଲାକା, ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ତେବେ ତିନି ଦଳର ହେଭିୱେଟଙ୍କର ପ୍ରଚାର ଦେଖିବା ପାଇଁ ଲୋକମାନଙ୍କର ଭିଡ ଲାଗିଥିଲେ ମଧ୍ୟ ଜନାଦେଶ କାହା ସପକ୍ଷରେ ଯିବ ତାକୁ ହିଁ ଅପେକ୍ଷା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details