ଓଡିଶା

odisha

ETV Bharat / state

ପାଟକୁରା ଫାଇଟ: ସମ୍ବିତଙ୍କ ଟାର୍ଗେଟରେ ନବୀନ - ପାଟକୁରା ଫାଇଟ

ପାଟକୁରା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ହାଇଭୋଲଟେଜ ଲଢେଇରେ କିଏ ବାଜିମାତ ମାରିବ ତାକୁ ନେଇ ଚାଲିଛି ଅଙ୍କକଷା । ଏପଟେ ଏକ ସାମ୍ବାଦିକ ସାମ୍ମିଳନୀରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ସମ୍ବିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 16, 2019, 11:43 PM IST

କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବୁଲିବା ପରେ କେନ୍ଦ୍ରାପଡାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରାଜ୍ୟର ବିକାଶ ପାଇଁ କହି ବୁଲୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଅନୁଦାନ ବିନା ହଲିବା ଅସମ୍ଭବ। କେନ୍ଦ୍ରକୁ ଦୋଷ ଲଦୁଛନ୍ତି ଅନ୍ୟ ପକ୍ଷରେ କେନ୍ଦ୍ର ଯେତେ ସହାୟତା କରୁଛି ସେ ଅର୍ଥ ରାଜ୍ୟ ସରକାର ନିଜ ନାମରେ ଚଳାଉଛନ୍ତି । ବିଧାନ ସଭାର ୧୧୨ ଆସନରେ ବିଜୟୀ ହୋଇ ସରକାର କରିସାରିଛନ୍ତି ତଥାପି ପାଟକୁରା ଆସନ ପାଇଁ ଏତେ ବ୍ୟଗ୍ର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୁରାଇ ନ ଦେବା ପାଇଁ ବ୍ୟତିବ୍ୟସ୍ତ । ବିଧାନସଭାକୁ ବିଜୟ ମହାପାତ୍ର ଗଲେ ସାରା ରାଜ୍ୟ ରାଜନୀତିରେ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି ବିଜେଡିକୁ ଭୟ ଘାରିଛି ।

ତେଣୁ ପାଟକୁରାରେ ବିଜୟ ମହାପାତ୍ର ବନାମ ରାଜ୍ୟ ସରକାରର ଲଢେଇ । ଏସବୁ ପାଟକୁରାବାସୀ ସ୍ବାଭିମାନୀ ବିଜୟ ମହାପାତ୍ରଙ୍କୁ ନିଶ୍ଚୟ ବିଜୟୀ କରିବେ ବୋଲି ଆଶା ରଖିଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଆୟୋଜିତ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, କନକବର୍ଦ୍ଧନ ସିଂ ଦେଓ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details