ଓଡିଶା

odisha

ETV Bharat / state

ଦିନକ ପରେ ପାଟକୁରା ନିର୍ବାଚନ, ଅପେକ୍ଷା ମତଦାନକୁ - preparation complete

କେନ୍ଦ୍ରାପଡ଼ା ପାଟକୁରା- 96 ନମ୍ବର ନିର୍ବାଚନମଣ୍ଡଳୀରେ ହେବ ଆସନ୍ତା 20ରେ ହେବ ମତଦାନ । ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି । ଏହି କ୍ରମରେ ବିଭିନ୍ନ ବୁଥର ପ୍ରିଜାଇଡିଂ, ପୋଲିଂ ଅଫିସର ସମେତ ସୁରକ୍ଷାକର୍ମୀ, ଇଭିଏମ, ଭିଭିପାଟ, ସୌର ଲଣ୍ଠନ ଇତ୍ୟାଦି ନିଜ ନିଜ ବୁଥ୍ ଅଭିମୁଖେ ବାହାରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 18, 2019, 9:45 PM IST

Updated : Jul 18, 2019, 10:08 PM IST

କେନ୍ଦ୍ରାପଡା: ଦିନକ ପରେ ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ପାଟକୁରା-96 ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ପର୍ବ ଶେଷ ହୋଇଛି । ବିଭିନ୍ନ ବୁଥର ପ୍ରିଜାଇଡିଂ, ପୋଲିଂ ଅଫିସର ସମେତ ସୁରକ୍ଷାକର୍ମୀ, ଇଭିଏମ, ଭିଭିପାଟ, ସୌର ଲଣ୍ଠନ ଇତ୍ୟାଦି ନିଜ ନିଜ ବୁଥ୍ ଅଭିମୁଖେ ଅଭିମୁଖେ ବାହାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଚଳିତଥର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୪୪ହଜାର ୭୪୭ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନମଣ୍ଡଳୀରେ ମୋଟ ୩୦୯ ଟି ବୁଥରୁ ୨୫ଟି ଆଦର୍ଶ ବୁଥ, 138 ଟି ସମ୍ବେଦନଶୀଳ ବୁଥ ରହିଥିବା ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ତଥା ପାଟକୁରା ରିଟର୍ଣ୍ଣିଂ ଅଫିସର ଜ୍ୟୋତିରଞ୍ଜନ ମହାପାତ୍ର ।

ପାଟକୁରା ଭୋଟର ଗତ ଲୋକସଭା ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିଥିବାରୁ ଚଳିତଥର ଭୋଟ ଦେବା ସମୟରେ ସେମାନଙ୍କ ବାମ ହାତର ମଝି ଆଙ୍ଗୁଳିରେ କାଳି ଲଗାଯିବ । ଏଥିସହିତ ନିର୍ବାଚନ ଡ୍ୟୁଟିରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ରିଟନିଂ ଅଫିସର କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 18, 2019, 10:08 PM IST

ABOUT THE AUTHOR

...view details