ଓଡିଶା

odisha

ପାଟକୁରା ଯୁବତୀ ଆତ୍ମହତ୍ୟା ଘଟଣା: ପୁରୁଷ ବନ୍ଧୁ ଗିରଫ, ପୋଲିସ ଭୂମିକା ନେଇ ଉଠିଲା ପ୍ରଶ୍ନବାଚୀ

By

Published : Jul 20, 2022, 11:29 AM IST

ମାନସିକ ନିର୍ଯାତନା ସହି ନପାରିବାରୁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମହମୁଦା ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

woman suicide case in kendrapara
ମାନସିକ ନିର୍ଯାତନା ସହିନପାରି ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମହମୁଦା ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ପରିବାର ଲୋକେ ଯେଉଁ ବ୍ୟକ୍ତି ବିରୋଧରେ ଥାନାରେ ଏତଲା ଦେଇଥିଲେ ଘଟଣାରେ ତାଙ୍କର ସମ୍ପୃକ୍ତ ନଥିବା ଦର୍ଶାଇ ପୋଲିସ ଛାଡ଼ି ଦେଇଛି। ଏହି ଘଟଣାକୁ ନେଇ ଅନ୍ୟଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଯୁବତୀଙ୍କ ମୃତ୍ୟୁ ଘଟଣାକୁ ନେଇ ପଦ୍ମପୁର ସ୍ଥିତ ତାଙ୍କ ଯୁବକ ବନ୍ଧୁ ମଣ୍ଟୁକୁ ପୋଲିସ ପଚରାଉଚରା କରୁଥିଲା । ଏହାପରେ ମଙ୍ଗଳବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପିଣ୍ଟୁଙ୍କ ମାନସିକ ନିର୍ଯାତନା ଯୋଗୁଁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଯୁବତୀଙ୍କ ପରିବାର ଲେକେ । ପ୍ରଥମେ ୧୮ ତାରିଖରେ ମୃତ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଓ ପରବର୍ତ୍ତୀ ସମୟରେ ଅଶ୍ଳୀଳ କମେଣ୍ଟ କରାଯାଉଥିବା ବେଳେ ସହିନପାରି ସେ ଆତ୍ମହତ୍ୟା କରିଥିବା ନେଇ ଯୁବତୀଙ୍କ ମାଆ ସରପଞ୍ଚଙ୍କ ସମେତ 7 ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।

ପାଟକୁରା ପୋଲିସ ସେମାନଙ୍କୁ ଆଣି ପଚରାଉଚରା ମଧ୍ୟ କରିଥିଲା। ମାତ୍ର ଏଥିରେ ସେମାନଙ୍କ ସମ୍ପୃକ୍ତି ନଥିବା ଦର୍ଶାଇ ଛାଡ଼ିଦେଇଥିଲା। ପରେ ପୁରୁଷ ବନ୍ଧୁ ପିଣ୍ଟୁ ଯୁବତୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ପୋଲିସ ତାଙ୍କୁ ଗିରଫ କରିଛି । ଏହି ଘଟଣାକୁ କିଛି ଲୋକ ଚାପି ଦେଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଘଟଣାର ତଦନ୍ତକୁ ନେଇ ଯୁବତୀଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି । ମୃତକଙ୍କୁ ନ୍ୟାୟ ମିଳିବା ସହ ପ୍ରକୃତ ଦୋଷୀକୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପଟେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତକ୍ଷେପ ହୋଇନଥିବା ସୂଚନା ମିଳିଛି । ଘଟଣାରେ ସାକ୍ଷୀମାନଙ୍କର ବୟାନ ରେକର୍ଡ ହୋଇଛି ।

ପ୍ରକାଶଯୋଗ୍ୟ ଯେ,ଗତ ୧୫ ତାରିଖ ସକାଳ ପ୍ରାୟ ୯ଟା ସମୟରେ ମହମୁଦା ଗ୍ରାମର ଝରଣା ସ୍ୱାଇଁଙ୍କ ଝିଅ ଶୁଭ୍ର ଶୁଭଦର୍ଶିନୀ ଓରଫ ପିଙ୍କି ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ମୃତ ପିଙ୍କିଙ୍କ ମାଆ ଝରଣା ସ୍ୱାଇଁ ସରପଞ୍ଚଙ୍କ ସମେତ ୭ ଜଣ ବ୍ୟକ୍ତି ପୁର୍ବ ଶତ୍ରୁତାକୁ ନେଇ ପିଙ୍କିକୁ ବାରମ୍ବାର ଅଶ୍ଲୀଳ କମେଣ୍ଟ କରୁଥିବାରୁ ଝିଅ ସହିନପାରି ଆତ୍ମହତ୍ୟା କରିଛି ବୋଲି ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଥାନା ଫାଟକ ସମ୍ମୁଖରେ ଯୁବତୀଙ୍କ ମୃତ ଶରୀର ରଖାଯାଇ ପ୍ରତିବାଦ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details