ଭୁବନେଶ୍ବର: ମେ 19ରେ ହୋଇନପାରେ ପାଟକୁରା ନିର୍ବାଚନ । ‘ଫନି’ ଯୋଗୁଁ ଏହା ପୁଣି ଘୁଞ୍ଚିବା ନେଇ ଚର୍ଚ୍ଚା । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଯୋଗୁଁ ଏହାକୁ ଘୁଞ୍ଚାଇପାରନ୍ତି ନିର୍ବାଚନ କମିଶନ ।
ପାଟକୁରା ନିର୍ବାଚନ ଘୁଞ୍ଚିବା ନେଇ ଚର୍ଚ୍ଚା - Patakura election
ଘୁଞ୍ଚିପାରେ ପାଟକୁରା ନିର୍ବାଚନ । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏହାକୁ ଘୁଞ୍ଚାଇପାରନ୍ତି ନିର୍ବାଚନ କମିଶନ ।

ପ୍ରତୀକାତ୍ମକ ଫଟୋ
ଗତ 3 ତାରିଖରେ ଆସିଥିବା ସାମୁଦ୍ରିକ ଝଡ ‘ଫନି’ ପୁରା ଉପକୂଳ ଓଡିଶାକୁ ଦୋହଲାଇ ଦେଇଛି । ଘାଇଲା ହୋଇଛି ଓଡିଶା । ତେଣୁ ଆସନ୍ତା 19ରେ ହେବାକୁ ଥିବା ପାଟକୁରା ନିର୍ବାଚନକୁ ନିର୍ବାଚନ କମିଶନ ଘୁଞ୍ଚାଇପାରନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ନିର୍ବାଚନ କମିଶନକୁ ଅନୁରୋଧ କରିଥିଲେ ।