କେନ୍ଦ୍ରାପଡା:ଆଳି ଥାନା ମାଳପାଟଣାରେ ସଡକ ଦୁର୍ଘଟଣା । ଓଭରଟେକ କରି ଓଲଟିଲା ଯାତ୍ରୀବାହୀ ବସ ( Nayak bus overturns in malapatana)। ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ନାୟକ ନାମକ ଏକ ବସ ଦୁର୍ଘଟଣା ହୋଇଥିବା ସୂଚନା । ତେବେ ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ହନିଟ୍ରାପ କୁଇନକୁ ଜେଲରେ ଜେରା, ED ପଚାରୁଛି ପୋଲିସ କଣ ଲେଖିନେଇଥିଲା
ଓଭରଟେକ ହେଲା କାଳ । ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ନାୟକ ନାମକ ଘରୋଇ ବସ ଆଳି ଥାନା ଅନ୍ତର୍ଗତ ମାଳପାଟଣାରେ ରାସ୍ତା କଡ଼କୁ ଖସିଯାଇଥିଲା । ଫଳରେ ୩୦ରୁ ଅଧିକ ଆହତ ହେବା ସହ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳେ OR 02BP 8777 ନମ୍ବର ବିଶିଷ୍ଟ ନାୟକ ନାମକ ଘରୋଇ ବସ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଯାତ୍ରା ଆରମ୍ଭର କିଛି ସମୟ ମଧ୍ୟରେ କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ମାଳପାଟଣା ନିକଟରେ ବସଟି ଦ୍ରୁତଗତିରେ ଏକ ହାଇଓ୍ବା ଟ୍ରକକୁ ଓଭରଟେକ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଡାହାଣ ପଟେ ଏକ ବଡ଼ ଖାଲରେ ବସଟି ପଡିଯାଇଥିଲା । ଫଳରେ ବସ ଡ୍ରାଇଭର ବସକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ ହୋଇଥିଲେ ।