କେନ୍ଦ୍ରାପଡ଼ା:ସମୁଦ୍ର ଗର୍ଭରେ ବିଲୀନ ହେଉଛି ସାତଭାୟାର ଶେଷ ସନ୍ତକ ମାଆ ପଞ୍ଚୁବରାହୀଙ୍କ ମନ୍ଦିର । ଅତିପ୍ରବଳ ବର୍ଷା ଓ ସମୁଦ୍ର ଜୁଆର ମାଡି ଆସିବାରୁ ବଙ୍ଗୋପସାଗର ଉପକୂଳରେ ଥିବା ମାଆ ପଞ୍ଚୁବରାହୀଙ୍କ ମନ୍ଦିରର ଭଗ୍ନାବଶେଷ ଏବେ ସମୁଦ୍ର ଆଁରେ ବୁଡିବାକୁ ବସିଛି (panchubarahi temple may drown)। ମା' ପଞ୍ଚୁବରାହୀଙ୍କ ମନ୍ଦିର ରାଜନଗର ବ୍ଲକ୍ ସାତଭାୟାର ଶେଷ ସନ୍ତକ କୁହାଯାଏ ।
ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି ସାତଭାୟାର ପଞ୍ଚୁବରାହୀ ମନ୍ଦିର
ସମୁଦ୍ର ଆଁରେ ସାତଭାୟାର ଶେଷ ସନ୍ତକ ମାଆ ପଞ୍ଚୁବରାହୀଙ୍କ panchubarahi temple ମନ୍ଦିର । ସମୁଦ୍ର ଜୁଆର ମାଡି ଆସିବାରୁ ବଙ୍ଗୋପସାଗର ଉପକୂଳରେ ଥିବା ମା ପଞ୍ଚୁବରାହୀଙ୍କ ମନ୍ଦିରର ଭଗ୍ନାବଶେଷ ଏବେ ବୁଡ଼ିବାକୁ ବସିଛି । ଅଧିକ ପଢ଼ନ୍ତୁ
ଗତ ୫ ଦଶନ୍ଧି ଧରି ସମୁଦ୍ର ଜୁଆର ମାଡ଼ି ଆସିବାରୁ ସାତଭାୟାରେ ବସବାସ କରୁଥିବା ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ବ ପରିବାରକୁ ସ୍ଥାନୀୟ ବଗପାଟିଆରେ ବିସ୍ଥାପିତ କରାଯାଇଛି । ୨୦୨୧ ଜୁଲାଇ ୩୧ରେ ଶେଷଥର ପାଇଁ ସମୁଦ୍ର ଜୁଆର ମାଡି ଆସିବାରୁ ମନ୍ଦିରର ୨୫ ପ୍ରତିଶତ କାନ୍ଥ ଭୁଶୁଡି ଯାଇଥିଲା । ଏହି ସମୟରେ ମନ୍ଦିରର ଭିତର ଓ ବାହାରେ ଥିବା ବାଲି ମେଦକୁ ଭସାଇ ନେଇ ମନ୍ଦିର ତଳେ ରହିଥିବା ବାଲିକୁ ଭସାଇ ନେଇଥିଲା ।
ଏକବର୍ଷ ପରେ ପୁନର୍ବାର ବଙ୍ଗୋପସାଗର ପୁଣି ଦାଉ ସାଧିଛି ମା'ଙ୍କ ଏହି ମନ୍ଦିର ଉପରେ । ଆଜି ସମୁଦ୍ର ଜୁଆର ମାଡି ଆସିବା ଫଳରେ ମନ୍ଦିର ସମ୍ପୂର୍ଣ୍ଣ ଧ୍ୱସ୍ତ ହେବା ଅବସ୍ଥାରେ ରହିଛି । ଅନ୍ୟପଟେ ସମୁଦ୍ର ଏବେ ଉଗ୍ର ରୂପ ଦେଖାଇ ମାଡି ଆସୁଥିବାରୁ ଭୟରେ ରହିଛନ୍ତି ମଗରକନ୍ଦା ବାସିନ୍ଦା । ମଗରକନ୍ଦାର ଶତାଧିକ ପରିବାର ଏବେ ଜୀବନ ଓ ଜୀବିକା ପାଇଁ ଚିନ୍ତାରେ ରହିଛନ୍ତି । ୨୦୧୮ ମସିହାରେ ମାଆଙ୍କ ପ୍ରତିମୂର୍ତ୍ତିକୁ ଏଠାରୁ ଜିଲ୍ଲା ପ୍ରଶାସନ ବିସ୍ଥାପିତ କରି ବଗପାଟିଆରେ ପ୍ରତିଷ୍ଠା କରାଇଥିଲା । ସମୁଦ୍ରକୁଳିଆ ଲୋକଙ୍କ ସାହା ହେଉଥିବା ମାଆ ପଞ୍ଚୁବରାହୀଙ୍କ ମନ୍ଦିର ସମୁଦ୍ର ପାଣିରେ ଭାସିଯିବାକୁ ନେଇ ଶ୍ରଦ୍ଧାଳୁ ଦୁଃଖ ପ୍ରକାଶ କରିଛନ୍ତି ।