ଓଡିଶା

odisha

ETV Bharat / state

କେନ୍ଦ୍ରାପଡାର ପାରମ୍ପରିକ ନିଆରା ପଞ୍ଚୁଦୋଳ, ଅବିର ଖେଳିଲେ ଅଞ୍ଚଳବାସୀ - baladev jew

ସାରା ଦେଶ ଗତ ଶୁକ୍ରବାର ହୋଲି ପାଳିଥିବାବେଳେ କେନ୍ଦ୍ରାପଡାବାସୀ ଆଜି ପାଳିଛନ୍ତି ହୋଲି। କେନ୍ଦ୍ରାପଡା ବଳଦେବଜୀଉ ପୀଠରେ କାହିଁ କେଉଁ କାଳରୁ ଏଇ ପରମ୍ପରା ରହିଆସିଛି । ଆଉ ଏହାକୁ ଲୋକେ ମାନୁଛନ୍ତି ମଧ୍ୟ। ଏହି ପଞ୍ଚୁଦୋଳ କେନ୍ଦ୍ରାପଡାରେ ଭାଇଚାରାକୁ ବଞ୍ଚାଇ ରଖିଛି। ଜାତି, ଧର୍ମ , ବର୍ଣ୍ଣ ନିର୍ବିଶେଷରେ ପିଲା ଠାରୁ ବୁଢା ସମସ୍ତେ ଏକାଠି ମିଶି ହୋଲି ଖେଳିଥାନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

By

Published : Mar 25, 2019, 6:31 PM IST

Updated : Mar 25, 2019, 8:37 PM IST

କେନ୍ଦ୍ରାପଡ଼ା : ସାରା ଭାରତରେ ହୋଲି ଗତ ଶୁକ୍ରବାର ପାଳିତ ହୋଇଛି। କିନ୍ତୁ ପରମ୍ପରା ଓ ବିଧି ମୁତାବକ କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲା ସଦର ମହକୁମାକୁ ଲାଗି ରହିଥିବା ଅଞ୍ଚଳ ଗୁଡିକରେ ଦୋଳ ପୂର୍ଣ୍ଣିମାର ପଞ୍ଚମ ଦିନରେ ପାଳିତ ହୋଇଥାଏ ହୋଲି ଉତ୍ସବ । ଯାହାକୁ "ପଞ୍ଚୁଦୋଳ" ବୋଲି କୁହାଯାଏ।

ସାରା ରାଜ୍ୟର ଆରାଧ୍ୟ ବଳଦେବଜୀଉରଙ୍ଗ ଖେଳିବା ପରେ ଜିଲ୍ଲାବାସୀ ଖେଳିଥାନ୍ତି ହୋଲି । ବହୁ ପୁରାତନ କାଳରୁ ବଳଦେବଜୀଉଙ୍କ ପୀଠରେ ରହି ଆସିଛି ଏହି ପରମ୍ପରା । ଦୋଳ ପୂର୍ଣ୍ଣିମା ଚାରିଦିନ ପରେ ବଳଦେବଜୀଉଙ୍କ ରଥ ଦାଣ୍ଡରେ "ଛାମୁ ମେଲଣ" ଅନୁଷ୍ଠିତ ହୋଇଥାଏ। ଏହି ମେଲଣର ମୁଖ୍ୟ ପ୍ରଭୁ ଲଛମନଜୀଉଓ ରାମଜୀଉପରସ୍ପର ବଳଦେବଜୀଉଙ୍କ ସାମ୍ନାରେ ବସିବା ପରେ ଏହି ମେଲଣ ଆରମ୍ଭ ହେଉଥିବାରୁ ଏହାକୁ ଛାମୁ ମେଲଣ କୁହାଯାଏ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ଏହି ମେଲଣରେ ପାଖାପାଖି ୩୦ରୁ ଊର୍ଦ୍ଧ୍ଵ ବିଭାନ ଯୋଗଦେଇଥାନ୍ତି। ମେଲଣର ମୁଖ୍ୟ ଆକର୍ଷଣ କୁଶିଆପାଳରେ ପୂଜା ପାଉଥିବା ପ୍ରଭୁ ଲଛମନଜୀଉ। ଛାମୁ ମେଲଣ ପୂର୍ବ ଦିନରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ଭୋଗଖାଇ ପୁରୁଣା ମଟର ଷ୍ଟାଣ୍ଡରେ ହେଉଥିବା ମେଲଣରେ ଯୋଗଦେଇ ପ୍ରାତଃ ସମୟରୁ ବଳଦେବଜୀଉଙ୍କର ଛାମୁ ମେଲଣରେ ପହଞ୍ଚିଥାନ୍ତି। ଏହି ପରମ୍ପରା ମରହଟ୍ଟା ଶାସନ କାଳରୁ ଚାଲି ଆସୁଥିବା ଇତିହାସ କହେ।

ଲଛମନଜୀଉ ଓ ରାମଜୀଉଉଭୟ ବଳଦେବଜୀଉଙ୍କ ପାଖରେ ରଙ୍ଗ ଲାଗି କରିବାପରେ କେନ୍ଦ୍ରାପଡ଼ା ସହରରେ ଆରମ୍ଭ ହୋଇଥାଏ ରଙ୍ଗ ଖେଳ। ବିଶ୍ୱ ସମୁଦାୟ ଗୋଟିଏ ଦିନରେ ରଙ୍ଗର ପର୍ବ ହୋଲି ପାଳନ କରୁଥିବାବେଳେ ଏକ ନିଆରା ରଙ୍ଗର ଦିନ ହୋଲି ପାଇଁ ଉତ୍ସବମୁଖର ଥାଆନ୍ତି ଆବାଳ ବୃଦ୍ଧ ବନିତା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଖେଳିଥାନ୍ତି ରଙ୍ଗ।

ଚଳିତ ବର୍ଷ ନିର୍ବାଚନ ଥିବାରୁ ନେତାମାନେ ମଧ୍ୟ ରଙ୍ଗରେ ଭିଜିବାକୁ ଭୁଲିନାହାଁନ୍ତି। ଏହି ରଙ୍ଗର ପର୍ବ ହୋଲି ପାଇଁ ଉତ୍ସବମୁଖର କେନ୍ଦ୍ରାପଡାର ଗାଁ ଠୁ ସହର। ସହରର ବାଲାବାବା ଯୁବକ ସଙ୍ଘ ପକ୍ଷରୁ ଏହି ନିଆରା ହୋଲିରେ କେମିକାଲ ରଙ୍ଗ ବଦଳରେ କେବଳ ଅବିର ଖେଳାଯିବା ସହ ଯୁବକଙ୍କ ଦ୍ୱାରା ଅପରାହ୍ନରେ ଦଧି ହାଣ୍ଡି ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଏହି ନିଆରା ରଙ୍ଗର ପର୍ବ ଶେଷ ହେବା ପରେ ଜିଲ୍ଲାବାସୀ ଅପେକ୍ଷା କରିବେ ଆସନ୍ତା ବର୍ଷକୁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 25, 2019, 8:37 PM IST

ABOUT THE AUTHOR

...view details