ଓଡିଶା

odisha

ETV Bharat / state

ପଞ୍ଚାୟତ ଟକ୍କର: କଣ ରହିଛି କେନ୍ଦ୍ରାପଡା ଆଳି 2 ନମ୍ବର ଜୋନର ସ୍ଥିତି ? - know report from kendrapa Ali number two zone political development

ସମୟ ବଦଳିବା ସହ ୨୦୧୯ ରେ ଏଠାରୁ ନିର୍ବାଚିତ ହୋଇଛନ୍ତି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ। ଚଳିତ ଥର ପଞ୍ଚାୟତ ନିର୍ବାଚନରେ କିଛି ନୂଆ ହେବ ନା ବିଜେଡି ପ୍ରାର୍ଥୀଙ୍କ ଉପରେ ଭୋଟରଙ୍କ ଭରଷା ରହିବ ସେନେଇ ଆସନ୍ତା ୧୬ ତାରିଖ ଭୋଟ ପରେ ହିଁ ଜଣାପଡିବ। ଅଧିକ ପଢନ୍ତୁ

ପଞ୍ଚାୟତ ଟକ୍କର
ପଞ୍ଚାୟତ ଟକ୍କର

By

Published : Jan 29, 2022, 10:14 PM IST

କେନ୍ଦ୍ରାପଡା:ଓଡିଶା ରାଜନୀତି କଥା ପଡିଲେ ଆଳି ନିର୍ବାଚନ ମଣ୍ଡଳୀ କଥା ସାମ୍ନାକୁ ଆସିଥାଏ। ଏଠାରେ ଦୀର୍ଘଦିନ ଧରି ରାଜାରାଜୁଡା ଶାସନ ଚାଲିଥିବା ବେଳେ ଦେଶ ସ୍ଵାଧୀନ ହେବା ପରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୋଇଆସୁଛି। ତେବେ ଗତ ୨୦୧୪ ସାଧାରଣ ନିର୍ବାଚନରେ ଏଠାରୁ କଂଗ୍ରେସ ବିଧାୟକ ଭାବେ ଦେବେନ୍ଦ୍ର ନାଥଶର୍ମା ନିର୍ବାଚିତ ହୋଇଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ ମଣ୍ଡଳୀ ଅଧିନ ଆଳି ବ୍ଳକରୁ ଗୋଟିଏ ହେଲେ ଜିଲ୍ଲା ପରିଷଦ ଆସନ ହାତେଇ ପାରିନଥିଲା କଂଗ୍ରେସ।

ପଞ୍ଚାୟତ ଟକ୍କର: କଣ ରହିଛି କେନ୍ଦ୍ରାପଡା ଆଳି 2 ନମ୍ବର ଜୋନର ସ୍ଥିତି?

ସମୟ ବଦଳିବା ସହ ୨୦୧୯ ରେ ଏଠାରୁ ନିର୍ବାଚିତ ହୋଇଛନ୍ତି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ। ଚଳିତ ଥର ପଞ୍ଚାୟତ ନିର୍ବାଚନରେ କିଛି ନୂଆ ହେବ ନା ବିଜେଡି ପ୍ରାର୍ଥୀଙ୍କ ଉପରେ ଭୋଟରଙ୍କ ଭରସା ରହିବ ସେନେଇ ଆସନ୍ତା ୧୬ ତାରିଖ ଭୋଟ ପରେ ହିଁ ଜଣାପଡିବ। ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପଞ୍ଚାୟତ ଟକ୍କର’ ରେ ଆମେ ଆଳି ବ୍ଲକ ଅଧିନ ୨ ନଂ ଜିଲ୍ଲା ପରିଷଦ ଜୋନରେ କଣ ରହିଛି ସ୍ଥିତି ପରଖିଥିଲୁ ।

ଏଠାରୁ ବିଜେଡି ପ୍ରାର୍ଥି ହୋଇଥିବା ଭୀଷ୍ମ ମହାନ୍ତି ପୂର୍ବରୁ ସକ୍ରିୟ ରାଜନୀତିରେ ରହିଥିବା ବେଳେ ଭୀଷ୍ମଙ୍କ ପତ୍ନୀ ଦୁଇଦୁଇଥର ଏହି ବ୍ଲକର ଅଧ୍ୟକ୍ଷ ପଦବୀ ହାତେଇଛନ୍ତି । ଯେଉଁଥି ପାଇଁ ସାରା ବ୍ଲକରେ ଭୀଷ୍ମଙ୍କ ରାଜନୈତିକ ଦବଦବା ରହିଛି। ବିଜୁ ଜନତା ଦଳର ସାମୁହିକ ବିକାଶ ଏଜେଣ୍ଡା ସମେତ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ନେଇ ଲୋକଙ୍କ ପାଖକୁ ଘରକୁ ଘର ବୁଲି ଭୀଷ୍ମ ପ୍ରଚାର କରୁଛନ୍ତି ।

ସେହିପରି ବିରୋଧୀ କଂଗ୍ରେସ ଏଠାରୁ ଯୁବ ପ୍ରାର୍ଥୀ ଭାବେ ରାଜନୀତିରେ ନୂଆ ଅଜୟ ଜେନାଙ୍କୁ ପ୍ରାର୍ଥୀ କରିଛି। ବିଭିନ୍ନ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ଲୁଟ କରୁଥିବା ବେଳେ ମୌଳିକ ସମସ୍ୟାର ସମାଧାନ ଦିଗରେ କେହି ଆଗଭର ନଥିବା ଓ ଉଭୟ ବିଜେଡି ଓ ବିଜେପି ପ୍ରତି ଜନସାଧାରଣଙ୍କ ପୁଞ୍ଜିଭୂତ ଆକ୍ରୋଶ ଏବେ କଂଗ୍ରେସକୁ ଏହି ସିଟ ଦଖଲରୁ କେହି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ଅଜୟ।

ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ଏଠାରୁ ବିଜେପି ଦଳରୁ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିବା ତଥା ବର୍ତ୍ତମାନ ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କୁ ପୁନର୍ବାର ଟିକେଟ ଦେଇ ବିଜେପି ଆସନ ଦଖଲ କରିବାକୁ ଟାର୍ଗେଟ ରଖିଛି। ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ସହ ଗୋଟିଏ ପରିବାରର ଦୀର୍ଘଦିନ ଶାସନରେ ଅତିଷ୍ଠ ହୋଇ ପଡିଥିବା ସାଧାରଣ ଜନତା ଏଥର ପଦ୍ମଫୁଲ ଚିହ୍ନରେ ମୋଦିଙ୍କ ବିକାଶକୁ ଲକ୍ଷ୍ୟ କରି ମତଦାନ କରିବେ ବୋଲି ଆଶା ରଖିଛନ୍ତି ସେ। ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନୀ ଯୁଦ୍ଧ ସରଗରମ ରହିଥିବା ବେଳେ ଗୁପ୍ତ ଚାଲ ଚଳାଇବାରେ କଂଗ୍ରେସ ମାହିର ରହିଥିବା ଜନସାଧାରଣ କହିଛନ୍ତି ।

ଏହି ଜୋନ ଅଧୀନରେ ମୋଟ ୩୪ ହଜାର ୫୭୨ ଭୋଟର ରହିଥିବା ବେଳେ ଏହି ଆସନଟି ଗତ ୨୦୧୭ ମସିହାରେ ବିଜେଡି ଦଖଲରେ ରହିଥିଲା। ଚଳିତଥର ନିର୍ବାଚନ ଆସନ୍ତା ୧୬ ତାରିଖରେ ହେବାକୁ ରହିଥିବା ବେଳେ କିଏ ମାରୁଛି ବାଜି ଆଉ କିଏ ମାରୁଛି ଫେଲ ତାହା ନିର୍ଣ୍ଣୟ କରିବେ ଜନତା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details