କେନ୍ଦ୍ରାପଡା :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୧୩ ତାରିଖ ଦିନ ବିଧିବଦ୍ଧ ଭାବେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି ରାଜନଗର ଓ ଗରଦପୁର ଅଞ୍ଚଳରେ। ରାଜନଗର ବ୍ଲକର ବିଭିନ୍ନ ଛକ ସ୍ଥାନ ଓ ସନ୍ନିକଟ ସାନବଡ଼ ଗୋପାଳପୁର ବଜାରରେ ଶୁଭେଚ୍ଛା ବାର୍ତ୍ତା ବ୍ୟାନର ଓ ପୋଷ୍ଟର ରାସ୍ତା ଲାଗି ରହିଛି ।
ଏହାକୁ ନେଇ ନା ବ୍ଲକ ପ୍ରଶାସନ ନା ତହସିଲ ପ୍ରଶାସନ କାହାରି ନିଘା ନାହିଁ ଏଗୁଡ଼ିକୁ ହଟାଇବା ପାଇଁ । ମାଳମାଳ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସମେତ ବିଭିନ୍ନ ଯୋଜନାର ସଫଳତା ସହ ସ୍ଥାନୀୟ ବିଧାୟକଙ୍କ ଫଟୋଚିତ୍ର ଲାଗିଥିବା ବ୍ୟାନର ଦୃଷ୍ଟିଗୋଚର ହୋଇଛି। ଅନ୍ୟପଟେ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକରେ ନବବର୍ଷ ବନ୍ଧୁମିଳନ ନାମରେ ଏକ ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା ।