ଓଡିଶା

odisha

By

Published : Feb 4, 2022, 12:24 PM IST

ETV Bharat / state

Panchayat Election: ରାଜକନିଆରେ ତ୍ରିମୁଖି ଲଢେଇ, ଭାରିପଡିପାରେ ଖରସ୍ରୋତା ପ୍ରସଙ୍ଗ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । କେନ୍ଦ୍ରାପଡ଼ା ରାଜକନିକା ଅଣସଂରକ୍ଷିତ ମହିଳା ଆସନ ପାଇଁ ଚାଲିଛି ଜୋରସୋର ପ୍ରଚାର ପ୍ରସାର । ଅଧିକ ପଢନ୍ତୁ

Panchayat Election: ରାଜକନିକାରେ ତ୍ରିମୁଖି ଦଳର ଜୋରସୋର ପ୍ରଚାର ପ୍ରସାର
Panchayat Election: ରାଜକନିକାରେ ତ୍ରିମୁଖି ଦଳର ଜୋରସୋର ପ୍ରଚାର ପ୍ରସାର

କେନ୍ଦ୍ରାପଡ଼ା:ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏବେ ଗାଁ ଗାଁର ଚାଲିଛି ଭୋଟ ପ୍ରଚାର । ଚଳିତ ନିର୍ବାଚନ କରୋନା କଟକଣା ଭିତରେ ହେଉଥିବା ବେଳେ ଏହାକୁ ମାନି ପ୍ରାର୍ଥୀମାନେ ମଧ୍ୟ ସିମିତ ସଂଖ୍ୟକ ସମର୍ଥକଙ୍କ ସହିତ ଗାଁ ଗାଁରେ ଭୋଟ ମାଗୁଥିବାର ଦେଖିବାକୁ ମିଳିଛି ।

Panchayat Election: ରାଜକନିକାରେ ତ୍ରିମୁଖି ଦଳର ଜୋରସୋର ପ୍ରଚାର ପ୍ରସାର

କେନ୍ଦ୍ରାପଡ଼ା ରାଜକନିକା ଅଣସଂରକ୍ଷିତ ମହିଳା ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଘରକୁ ଘର ବୁଲି କ୍ୟାମ୍ପେନ କରୁଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପରସ୍ପରକୁ କଡା ଟକ୍କର ଦେବା ସହ ଶାସକ ଦଳ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ବିରୋଧି ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ବରାଡ଼ିଆ, ଆଖୁଳିପଡା, ସିକୋ, କୋରନ୍ଦ, ତ୍ରୈଲୋକ୍ୟପୁର, କାଟଣାବଣିଆ, କୋଇଲିପୁର, ଜୟନଗର ଆଦି ୮ଟି ପଞ୍ଚାୟତରେ ୪୧,୫୪୫ ଜଣ ମତଦାତାଙ୍କ ନିକଟରେ ପହଞ୍ଚିବାକୁ ଜେରଦାର ପ୍ରସ୍ତୁତି ଚଳାଇଛନ୍ତି ପ୍ରାର୍ଥୀ ।

ଆବାସ ଯୋଜନାରେ ଘର, ଶୌଚାଳୟ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଆଦି ଦଳୀୟ ଭିତ୍ତିରେ ପ୍ରଦାନ କରାଯାଇଥିବା ବିଜେପି ଅଭିଯୋଗ କରି ମଇଦାନକୁ ଓହ୍ଲାଇଛି । ସେହିପରି ଖରସ୍ରୋତା ପାଣି ବିକ୍ରି ଘଟଣାକୁ ନେଇ ଶାସକ ଦଳ ବିରୋଧରେ ଜନମତ ସୃଷ୍ଟି କରି ଏହି ଜୋନ ଦଖଲ କରିବା ଲକ୍ଷ୍ୟରେ ରଣାଙ୍ଗନରେ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥିନୀ । ଅନ୍ୟପଟେ ନିଜ ସମର୍ଥକ ମାନଙ୍କୁ ଧରି ନବୀନ ପଟ୍ଟନାୟକଙ୍କ ବିକାଶର ଗାଥା ଗାଇ ମୈଦାନକୁ ଓହ୍ଲାଇଛି ବିଜେଡି । ତେବେ ଦେଖିବାର କଥା ରାଜକନିକା ବାସୀ କେଉଁ ଦଳକୁ ଭରସା କରୁଛନ୍ତି । କେଉଁ ଦଳକୁ ନିଜର ତୃଣମୂଳସ୍ତରର ପ୍ରତିନିଧୀ ରୂପେ ଚୟନ କରୁଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details