କେନ୍ଦ୍ରାପଡ଼ା:ପଞ୍ଚାୟତ ନିର୍ବାଚନ ନେଇ ଜୋନ ୭ରେ ଜବରଦସ୍ତ ଟକ୍କର । ବିଜେଡି ପ୍ରାର୍ଥିନୀ ମଧୁଛନ୍ଦାଙ୍କ ବିକାଶ ନମୁନା ସାଙ୍ଗକୁ ମହିଳା ସଶକ୍ତିକରଣ ପ୍ରଚାରକୁ ବିଜେପି ପ୍ରାର୍ଥିନୀ ସଂଘମିତ୍ରାଙ୍କ ବିଜେଡି ଶାସନକୁ ଟାର୍ଗେଟ ଏବେ ରାଜନୈତିକ ମାହୋଲକୁ ବେଶ ସରଗରମ କରିଛି । ଏହି ଜୋନରେ ଗତ ୨୦୧୭ ମସିହାରେ ବିଜେଡି ପ୍ରାର୍ଥୀ ମାନସ ପରିଡା ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ସମସ୍ୟାର ସମାଧାନ ଆଶାନୁରୂପ ହୋଇନାହିଁ ।
କିନ୍ତୁ ଦିନ ପୂର୍ବରୁ ପ୍ରାର୍ଥିନୀ ମଧୁଛନ୍ଦାଙ୍କ ଦିଅର ଦୁର୍ଗାଶିଷ କେନ୍ଦ୍ରାପଡ଼ା ବ୍ଳକ ଅଧ୍ୟକ୍ଷ ହୋଇଥିବା ବେଳେ ଅନେକ ବିକାଶ ମୂଳକ କାମ କରିଥିଲେ । ଏହି କାରଣରୁ ବିଜେଡି ଏହି ଆସନ ହାତେଇବା ପାଇଁ କୌଣସି ଅସୁବିଧା ହେବନାହିଁ ଆଶା କରିଛି। ଦୀର୍ଘବର୍ଷର ଶାସନରେ ଅନେକ ସମସ୍ୟାର ସମାଧାନ ହୋଇଛି ଓ ଆଉକିଛି ସମସ୍ୟା ରହିଯାଇଛି ଯାହା ସେ ବିଜୟୀ ହେଲେ ପୂରଣ କରିବେ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ।