ଓଡିଶା

odisha

ETV Bharat / state

ରଞ୍ଜନ ଦାଶଙ୍କ ହତ୍ୟା ଅଭିଯୋଗରେ ଓସାର ଆନ୍ଦୋଳନ - କୁଶପୁତ୍ତଳିକା ଦାହ

ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ତରଫରୁ ତିନି ମୁହାଣୀ ଠାରେ ଜିଲ୍ଲା ସୂଚନା ଅଧିକାରୀ କର୍ମୀ ତଥା ଦଳିତ ନେତା ରଞ୍ଜନ ଦାଶ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ନେଇ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଅଧିକ ପଢନ୍ତୁ...

kendrapada
ଓସାର ଆନ୍ଦୋଳନ

By

Published : Dec 6, 2020, 8:02 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ସୂଚନା ଅଧିକାରୀ କର୍ମୀଙ୍କ ମୃତ୍ୟୁ ଘଟଣାକୁ ହତ୍ୟାକାଣ୍ଡ କହି ରାଜରାସ୍ତାକୁ ଓହ୍ଲେଇଛି ଓଡିଶା ସୂଚନା ଅଧିକାର କର୍ମୀ । ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ତରଫରୁ ତିନି ମୁହାଣୀ ଠାରେ ଜିଲ୍ଲା ସୂଚନା ଅଧିକାରୀ କର୍ମୀ ତଥା ଦଳିତ ନେତା ରଞ୍ଜନ ଦାଶ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ନେଇ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଓସାର ଆନ୍ଦୋଳନ

ସୂଚନା ଅଧିକାରୀ କର୍ମୀମାନେ ନାରାବାଜି କରିବା ସହ ବିଜେଡି ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦଳରୁ ବହିଷ୍କାର , ଗିରଫ ଓ ହତ୍ୟାକାଣ୍ଡକୁ ସିବିଆଇ ତଦନ୍ତ ଦାବି କରିଛନ୍ତି ଓଡିଶା ସୂଚନା ଅଧିକାର କର୍ମୀ । ଏନେଇ ପ୍ରଦୀପ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ କେନ୍ଦ୍ରାପଡା ଏସପି ନୀତିଶେଖର, ବିଧାୟକ ଅତନୁ ସବ୍ୟସାଚୀ ନାୟକ ନାମରେ ଟାଉନ ଥାନାରେ ଏତଲା ଦେଇଛନ୍ତି।

ଯଦି ରାଜ୍ୟ ସରକାର ସେମାନଙ୍କ ଦାବୀ କର୍ଣ୍ଣପାତ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତାପ ମହାନ୍ତି, ପ୍ରକାଶ ଦାସ, ଆଶିଷ ଖଟୁଆ, ଜିତେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details