ଓଡିଶା

odisha

By

Published : Mar 4, 2021, 10:37 PM IST

ETV Bharat / state

କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଶିଳ୍ପ ପ୍ରତିଷ୍ଠା, ବିରୋଧିଙ୍କ ଭିନ୍ନଭିନ୍ନ ମତ

କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି। ତେବେ ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ନେତାଏ । ଅଧିକ ପଢ଼ନ୍ତୁ...

କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଶିଳ୍ପ ପ୍ରତିଷ୍ଠା, ବିରୋଧିଙ୍କ ଭିନ୍ନଭିନ୍ନ ମତ
କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଶିଳ୍ପ ପ୍ରତିଷ୍ଠା, ବିରୋଧିଙ୍କ ଭିନ୍ନଭିନ୍ନ ମତ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଜି(ଗୁରୁବାର) ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି। ତେବେ ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଆଶାସଞ୍ଚାର ହୋଇଥିବାରୁ ଏନେଇ ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ନେତାଏ। ତେବେ ଗତ ୨୦୦୬ ମସିହାରେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ଶିଳ୍ପପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲେ ମିତ୍ତଲ। ସେଠାରେ ଅଦ୍ୟାବଧି ଶିଳ୍ପର କୌଣସି ନାଁ ଗନ୍ଧ ନାହିଁ। କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ହେବ କି ନାହିଁ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବି।

କେନ୍ଦ୍ରାପଡ଼ା ଜିଲ୍ଲାରେ ହେବ ଶିଳ୍ପ ପ୍ରତିଷ୍ଠା, ବିରୋଧିଙ୍କ ଭିନ୍ନଭିନ୍ନ ମତ

ସରକାରଙ୍କ ଏଭଳି ଚୁକ୍ତିନାମା ଅତୀତରେ ବିଭିନ୍ନ ସମୟରେ ଧୂଆଁବାଣ ସାଜିଥିବା ଅଭିଯୋଗ କରିଛି ବିଜେପି।ତେବେ ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଏନେଇ କଂଗ୍ରେସ ରାଜ୍ୟ ସରକାରଙ୍କ MoUକୁ ନେଇ ବର୍ଷିଛି। କେନ୍ଦ୍ରାପଡ଼ାରେ ବିଭିନ୍ନ ଅଞ୍ଚଳରେ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଦୀର୍ଘଦିନ ଧରି ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଦାବି ହେଉଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରୁନାହିଁ। ଏଭଳି ସମୟରେ ସରକାରଙ୍କ ଏହି ଏମଓୟୁ ହାସ୍ୟସ୍ପଦ ବୋଲି କହିଛି କଂଗ୍ରେସ। ସେପଟେ ବିଜେପି ଏହା ଶାସକ ଦଳର ନିର୍ବାଚନ ବାଣ ବୋଲି କହିଛି । ଆଗକୁ ପଞ୍ଚୟତ ନିର୍ବାଚନ ଆସୁଥିବାରୁ ଏଭଳି ଛଳ କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ହୋଇଛି।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details