ଓଡିଶା

odisha

ETV Bharat / state

ଇକୋ ସେନସିଟିଭ ବୈଠକରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ - kendrapada news

ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଉଠାଣ ସ୍ଥାନ କେନ୍ଦ୍ରାପଡା ରାଜକନିକା ବ୍ଲକ ଗଡଗଡି ଘାଟର ବରୁଣାଡିହା ହୋଇଥିବା ବେଳେ, ବିଶୋଧନାଗାର ସ୍ଥାନ ଭଦ୍ରକର ନୂଆହାଟ ଠାରେ ସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ...

ଇକୋ ସେନସିଟିଭ ବୈଠକରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ
ଇକୋ ସେନସିଟିଭ ବୈଠକରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ

By

Published : Dec 16, 2020, 11:48 AM IST

କେନ୍ଦ୍ରାପଡା:ରାଜକନିକା ବ୍ଲକ ବରୁଣାଡିହା ଠାରେ ଭଦ୍ରକ ଜିଲ୍ଲାକୁ ଯୋଗାଇବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ବିବାଦ ଏବେ ଥମିବାର ନାଁ ନେଉନାହିଁ। ଅପରପକ୍ଷରେ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ମଙ୍ଗଳବାର ସନ୍ଧ୍ୟାରେ ବସିଥିବା ମନିଟରିଂ କମିଟିର କୌଣସି ନିଷ୍କର୍ଷ ବାହାରି ପାରିନଥିବାରୁ ଏହା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ ନେଇ ଚିନ୍ତା ବଢାଇଛି । ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଧିନରେ ବସିଥିବା ବୈଠକରେ ପ୍ରଶାସନ ଓ ପ୍ରଶାସକ ମାନଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସପକ୍ଷରେ ଆଲୋଚନା ଆରମ୍ଭ ହୋଇଥିବା ବେଳେ, ପ୍ରକଳ୍ପର ବିପକ୍ଷବାଦୀଙ୍କ ବିରୋଧ ଫଳରେ କୌଣସି ସମାଧାନର ଦିଗ ପାଇନାହିଁ ପ୍ରଶାସନ।

ଇକୋ ସେନସିଟିଭ ବୈଠକରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ

ସୂଚନାନୁଯାୟୀ, ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଉଠାଣ ସ୍ଥାନ କେନ୍ଦ୍ରାପଡା ରାଜକନିକା ବ୍ଲକ ଗଡଗଡି ଘାଟର ବରୁଣାଡିହା ହୋଇଥିବା ବେଳେ, ବିଶୋଧନାଗାର ସ୍ଥାନ ଭଦ୍ରକର ନୂଆହାଟ ଠାରେ ସ୍ଥାପନ କରାଯାଇଛି। ଏହି ଦୁଇଟିଯାକ ସ୍ଥାନ ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ(ଇକୋ ସେନସିଟିଭ) ଜୋନ ମଧ୍ୟରେ ରହିଛି। ଏହି ପ୍ରକଳ୍ପ ପାଇଁ ଇକୋ ସେନସିଟିଭ ମନିଟରିଂ କମିଟିର ମଞ୍ଜୁରୀର ଆବଶ୍ୟକତା ରହିଛି । ଗତ ଏକ ବର୍ଷ ହେବ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ, ଏନେଇ କମିଟିର କୌଣସି ମଞ୍ଜୁରୀ ପତ୍ର ନିଆଯାଇନାହିଁ ଯାହାକି ବର୍ତ୍ତମାନ ଏହି ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି। ବରୁଣାଡିହ ନିକଟରେ ଖରସ୍ରୋତା ନଦୀରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ତିହିଡି ବ୍ଲକର ୯୧ଟି ପଞ୍ଚାୟତକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୮୯୨ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।

ତେବେ ବରୁଣାଡିହ ଅଞ୍ଚଳଟି ଭିତରକନିକା ଇକୋ ସେନସିଟିଭ ଜୋନରେ ରହିଥିବାରୁ ଏଥିପାଇଁ ମନିଟରିଂ କମିଟିର ସୁପାରିଶ ଆବଶ୍ୟକ। ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଜିଟି ମାମଲା ଓ ୨୦୧୨ ମସିହା ପୂର୍ବରୁ ଥିବା ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ତେବେ ଏହି ରିପୋର୍ଟରେ ଇକୋ ସେନସିଟିଭ ଜୋନରେ ମେଗା ପାନୀୟ ଜଳ ପ୍ରକଳ୍ପ ହେଲେ ଏହାର ପ୍ରଭାବ ସମ୍ପର୍କରେ କୌଣସି ତଥ୍ୟ ନଥିବାରୁ ଏହାକୁ ବିରୋଧ କରିଛନ୍ତି କମିଟିର ସଦସ୍ୟ ଶ୍ରୀକାନ୍ତ ନାୟକ। ଏହି ଯୋଜନାରେ ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ଯୋଜନା ଥିବାବେଳେ କେଉଁ ତଥ୍ୟ ଉପରେ ପ୍ରକଳ୍ପ ହେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଏନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କହିବାନୁଯାୟୀ, ଇକୋ ସେନସିଟିଭ ଜୋନରେ ଥିବାରୁ ଏହି ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା ଓ ଏହାର ସମସ୍ତ ନିଷ୍କର୍ଷ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details