ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡା ମହାକାଳପଡା ନିର୍ବାଚନ ମଣ୍ଡଳୀର ମହାକାଳପଡା ବ୍ଲକ ଭାଟେଣୀ, ସୁନୀତି ପଞ୍ଚାୟତରେ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ, ତନ୍ତିଆପାଳ ପୋଲ ଓ ସୁନୀତି ବେଣାକନ୍ଦାଠାରେ ମିଶନ ଶକ୍ତି ଗୃହ ଉଦଘାଟନ କରିବାକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯାଉଥିବା ସମୟରେ ଜମ୍ବୁ କେନାଲ ନିକଟରେ ଶତାଧିକ ମହିଳା ମନ୍ତ୍ରୀଙ୍କ ଗାଡିକୁ ଅଟକାଇ ବିରୋଧ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ
କେନ୍ଦ୍ରାପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ

By

Published : Oct 27, 2022, 8:59 PM IST

କେନ୍ଦ୍ରାପଡା: ରାଜ୍ୟରେ ବଢୁଛି ମନ୍ତ୍ରୀଙ୍କୁ ବିରୋଧ । ମନ୍ତ୍ରୀ ରୀତା ସାହୁ ପରେ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ । ଆଜି କେନ୍ଦ୍ରାପଡା ମହାକାଳପଡା ନିର୍ବାଚନ ମଣ୍ଡଳୀର ମହାକାଳପଡା ବ୍ଲକ ଭାଟେଣୀ, ସୁନୀତି ପଞ୍ଚାୟତରେ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ, ତନ୍ତିଆପାଳ ପୋଲ ଓ ସୁନୀତି ବେଣାକନ୍ଦାଠାରେ ମିଶନ ଶକ୍ତି ଗୃହ ଉଦଘାଟନ କରିବାକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯାଉଥିବା ସମୟରେ ଜମ୍ବୁ କେନାଲ ନିକଟରେ ଶତାଧିକ ମହିଳା ମନ୍ତ୍ରୀଙ୍କ ଗାଡିକୁ ଅଟକାଇ ବିରୋଧ ପ୍ରଦର୍ଶନ କରିଥିଲେ।

କେନ୍ଦ୍ରାପଡାରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ବିରୋଧ

ଗତ ଅକ୍ଟୋବର ୧୩ ତାରିଖରେ ଜମ୍ବୁ ଥାନା ଅଧିନ ଜମ୍ବୁ ଗ୍ରାମରେ ରାମକୃଷ୍ଣ ମଣ୍ଡଳଙ୍କୁ ତାଙ୍କ ପତ୍ନୀ କୌଶଳକ୍ରମେ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏହି ହତ୍ୟା ଘଟଣାରେ ସ୍ଥାନୀୟ ସରପଞ୍ଚ ସମ୍ପୃକ୍ତି ଥିବା ଦର୍ଶାଇ ଗାଁ ଲୋକେ ଜମ୍ବୁ ରାଜରାସ୍ତାକୁ ଅବରୋଧ କରିଥିଲେ। ତେବେ ଘଟଣାକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ଲୋକ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ପାଇଁ ଅପେକ୍ଷା କରିଥିବା ବେଳେ ମନ୍ତ୍ରୀଙ୍କୁ ଏସକର୍ଟରେ ଆଣୁଥିବା ସ୍ଥାନୀୟ ପୋଲିସ ଲୋକଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲା ।

ତେବେ ପୋଲିସର ନୀରବତା ଓ ପ୍ରତିବାଦ ପାଇଁ ଅଭିଯୋଗ କରିବା ସମୟରେ ଘଉଡାଇବା ଘଟଣାକୁ ସହଜରେ ଗ୍ରହଣ କରି ପାରିନଥିଲେ ଲୋକେ । ଉତ୍ତେଜିତ ଅବସ୍ଥାରେ ମନ୍ତ୍ରୀଙ୍କ ଗାଡି ଆଗରେ ବିଭିନ୍ନ ନାରବାଜି ସହ ମନ୍ତ୍ରୀଙ୍କ ଗାଡିକୁ ଅଟକାଇବା ଫଳରେ ମନ୍ତ୍ରୀ ସବ୍ୟସାଚୀ ଏକ ବାଇକ ଯୋଗେ ଉଦଘାଟନ ସ୍ଥଳକୁ ଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜମ୍ବୁ ପଞ୍ଚାୟତର ସରପଞ୍ଚ ସ୍ଥାନୀୟ ବିଧାୟକଙ୍କ ଖାସ ଲୋକ ବୋଲି ପୋଲିସ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ସାହସ ଜୁଟାଇ ପାରୁନାହିଁ। ଅତୀତରେ ଅର୍ଥାତ ୨୦୦୯ରୁ ଅଦ୍ୟାବଧି କେବେ ହେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ ହୋଇନଥିବା ବେଳେ ଏହି ଘଟଣା ଜିଲ୍ଲା ରାଜନୀତି ପାଇଁ ଖୁବ ଖୋରାକ ଯୋଗାଇଛି।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details