ଓଡିଶା

odisha

ETV Bharat / state

ଅନଲାଇନରେ ହାଇଟେକ୍ ଠକେଇ କରି ପଡୋଶୀ ଗିରଫ - kendrapara online fraud

ଅନଲାଇନ ନେଣଦେଣ କହି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଲକ୍ଷଲକ୍ଷ ଟଙ୍କା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅନଲାଇନରେ ହାଇଟେକ୍ ଠକେଇ,

By

Published : Oct 16, 2019, 8:03 PM IST

କେନ୍ଦ୍ରାପଡା: ଅନଲାଇନରେ ହାଇଟେକ୍ ଠକେଇ । ଠକାମିର ଶିକାର ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପୋଲିସ ଅଭିଯୋଗ ପରେ ଦୁଇ ଠକଙ୍କୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ନୀତିଶେଖର ।

ଅନଲାଇନରେ ହାଇଟେକ୍ ଠକେଇ,

ପୁରା ଘଟଣା ଏମିତି, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ ଗାଁରେ ରୁହନ୍ତି ନିରଞ୍ଜନ ବଳ । ଯିଏକି ଅନଲାଇନ କାରବାର ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଯାହାର ଭରପୂର ଫାଇଦା ଉଠାଇଥିଲେ ପଡୋଶୀ ପ୍ରତାପ ପାତ୍ର । ଅନଲାଇନ କାରବାର ସମ୍ପର୍କରେ ତାଙ୍କୁ ଜଣାଇବା ସହ ଅନଲାଇନ ଆପ ‘ଫୋନପେ’ରେ ଏକ ଆକାଉଣ୍ଟ ଖୋଲିଥିଲେ । ସେଥିରେ ଆର୍ଥିକ ନେଣଦେଣ କରିଥିଲେ । ଧିରେ ଧିରେ ନିରଞ୍ଜନଙ୍କ ବିଶ୍ବାସ ଜନ୍ମିବା ପରେ ନିଜ ସହଯୋଗୀ ସହ ମିଶି ତାଙ୍କ ଆକାଉଣ୍ଟରୁ 3ଲକ୍ଷ 10 ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ନିରଞ୍ଜନ ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଘଟଣାର ତଦନ୍ତ ପାଇଁ ଏସପି ଏକ ଟିମ୍‌ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଏହି ଅନଲାଇନ ଠକେଇ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ 2 ଲକ୍ଷ 48 ହଜାର ଟଙ୍କା ଓ ଏକ ମୋବାଇଲ ଜବତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details