କେନ୍ଦ୍ରାପଡ଼ା:ଏକ ତରଫା ପ୍ରେମରୁ ଛୁରା ମାଡ । ପ୍ରେମରେ ବିଫଳ ହୋଇ ଶାଳୀକୁ ଛୁରା ମାଡ କଲା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ଥାନା ଅନ୍ତର୍ଗତ ଓଳିଆ ଗାଁରେ । ଆହତ ଯୁବତୀ ହେଲେ ସସ୍ମିତା ମହାପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଭିଣୋଇ ହେଉଛନ୍ତି ଦିବାକର ତ୍ରିପାଠୀ ।
ସୂଚନା ଅନୁଯାୟୀ, ସସ୍ମିତା ଗରଦପୁର ସ୍ଥିତ ନିଜ ସମ୍ପର୍କୀୟ ଭିଣୋଇ ଦିବାକରଙ୍କ ଘରେ ଦୀର୍ଘ ବର୍ଷ ଧରି ରହି ଦରଜି କାମ କରି ଆସୁଥିଲେ । ଶନିବାର ଭିଣୋଇ ଦିବାକରଙ୍କ ସହ ନିଜ ଘର ଓଳିଆକୁ ବୁଲି ଆସିଥିବା ବେଳେ ସେଠାରେ ସସ୍ମିତାଙ୍କୁ ଛାଡି ଦିବାକର ଚାଲିଯାଇଥିଲେ । ତେବେ କିଛି ସମୟ ପରେ ଦିବାକର ଫେରି ଆସି ଏକ ଧାରୁଆ ଛୁରିରେ ସସ୍ମିତାଙ୍କୁ ଆକ୍ରମଣ କରିଥିଲେ ।