ଓଡିଶା

odisha

ETV Bharat / state

ନାବାଳକ ଗଳାକାଟି ହତ୍ୟା ଉଦ୍ୟମ ଘଟଣା, ଜଣେ ନାବାଳକ ଅଟକ - one minor detained

କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁବିହୁଡା ଗ୍ରାମରେ ନାବାଳକର ତଣ୍ଟିକାଟି ହତ୍ୟା ଉଦ୍ୟମ ଘଟଣାରେ ଜଣେ ନାବାଳକ ଅଟକ। ଅଧିକ ପଢନ୍ତୁ...

ଜଣେ ନାବାଳକ ଅଟକ
ଜଣେ ନାବାଳକ ଅଟକ

By

Published : Feb 5, 2021, 10:50 AM IST

କେନ୍ଦ୍ରାପଡା: ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁବିହୁଡା ଗ୍ରାମର ନାବାଳକ ତଣ୍ଟିକାଟି ହତ୍ୟା ଉଦ୍ୟମ ଘଟଣା। ପୋଲିସ ଘଟଣାରେ ଜଣେ ନାବାଳକକୁ ଅଟକ ରଖିଥିବା ସୂଚନା।

ନାବାଳକ ତଣ୍ଟିକାଟି ହତ୍ୟା ଉଦ୍ୟମ ଘଟଣା

ସୂଚନାଅନୁସାରେ,ଗତକାଲି ଅଟାବୁଡା ଗାଁର ନାବାଳକ ପାପୁନି ଦଳେଇ ଘର ପାଖରେ ଖେଳୁଥିଲା। ସେ ସମୟରେ ତାଙ୍କୁ ଜଣେ କେହି ନିକଟସ୍ଥ ଅଙ୍ଗନବାଡି ଗୃହକୁ ଡାକି ନେଇ ଆଙ୍ଗୁଠିକୁ ପଥରରେ ଛେଚିବା ସହିତ ବ୍ଲେଡରେ ବେକକୁ କାଟି ଦେଇଥିଲା। ଘଟଣାରେ ନବାଳକର ପରିବାର ସଦର ଥାନାରେ ଅଭିଯୋଗ କରିଥିଲେ।

ପରିବାରର ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ଜଣେ ନବାଳକକୁ ଅଟକ ରଖି ସଦର ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରିଥିବା କହିଛନ୍ତି ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details