ଓଡିଶା

odisha

ETV Bharat / state

ସରିନି ଫନି ପୁନଃଉଦ୍ଧାର କାମ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର - ରାସ୍ତା ଠାରୁ ୩ଫୁଟ ଉଚ୍ଚରେ

ବୁଧବାର କେନ୍ଦ୍ରାପଡ଼ା ସଦର ଥାନା କେଉଟଗଡ଼ ଗାଁର ଦେବେନ୍ଦ୍ର ନାୟକ  ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।  ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 28, 2019, 10:26 PM IST

କେନ୍ଦ୍ରାପଡା: ଏଯାଏଁ ସରିନି ବାତ୍ୟା ଫନି ପୁନଃଉଦ୍ଧାର କାର୍ଯ୍ୟ । ଫନିକୁ 3 ମାସ ପୂରି ଯାଇଥିଲେ ମଧ୍ୟ ଜିଲ୍ଲାରେ ବିଦ୍ୟୁତ ପୁନଃଉଦ୍ଧାର କାର୍ଯ୍ୟ ଶେଷ ହୋଇନାହିଁ । ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା କେଉଟଗଡ଼ ଗାଁରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ବୁଧବାର କେଉଟଗଡ଼ ଗାଁର ଦେବେନ୍ଦ୍ର ନାୟକ ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଗତ ବାତ୍ୟା ଫନି ପରେ କେଉଟଗଡ଼ ଗାଁରେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଠାରୁ ୩ଫୁଟ ଉଚ୍ଚରେ ଓହଳିଛି । କିନ୍ତୁ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ଖାମାଖିଆଲି ମନୋଭାବ ଯୋଗୁଁ ଏହି ଅସୁବିଧା ଏପର୍ଯ୍ୟନ୍ତ ଦୂର ହୋଇପାରିନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details