ଓଡିଶା

odisha

ETV Bharat / state

SPଙ୍କ ପାଖକୁ ପଠାଇଲେ ଫଟୋ, ସାମ୍ବାଦିକଙ୍କୁ ଚାପୁଡ଼ା ମାରିଲେ କନେଷ୍ଟବଳ

ଲେଡି କନେଷ୍ଟବଳ ଜଣକ ମାସ୍କ ନ ପିନ୍ଧିବା ଯୋଗୁଁ କୋଭିଡ ନିୟମ ଭାଙ୍ଗିଥିବା ନେଇ ସାମ୍ବାଦିକ ଜଣକ ଫଟୋ କଏଦ କରିଥିଲେ । ଆଉ ଏହାକୁ ଦେଖି ଉତ୍ତ୍ୟକ୍ତ ମହିଳା ପୋଲିସ ଜଣକ ସାମ୍ବାଦିକଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ । ଅଧିକ ପଢନ୍ତୁ...

ପୋଲିସ ଦୁର୍ବ୍ୟବହାରର ଶିକାର ହେଲେ ସାମ୍ବାଦିକ, ମାରିଲେ ଚାପୁଡ଼ା ଉପରେ ଚାପୁଡ଼ା
ପୋଲିସ ଦୁର୍ବ୍ୟବହାରର ଶିକାର ହେଲେ ସାମ୍ବାଦିକ, ମାରିଲେ ଚାପୁଡ଼ା ଉପରେ ଚାପୁଡ଼ା

By

Published : Jul 21, 2021, 10:06 PM IST

କେନ୍ଦ୍ରାପଡା: ମାସ୍କ ନ ପିନ୍ଧିଥିବାରୁ ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ କରି ଏସପିଙ୍କ ନିକଟକୁ ଫଟୋ ପଠାଇଥିବାରୁ ଚିହିଁକି ଉଠିଲେ ଲେଡି କନେଷ୍ଟବଳ । ଆଉ ପୋଲିସ ଷ୍ଟାଫଙ୍କ ଉପସ୍ଥିତିରେ ମହିଳା ପୋଲିସ ଜନୈକ ସାମ୍ବାଦିକଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା କଷିଲେ ।

ସୂଚନାନୁଯାୟୀ ଆଜି(ବୁଧବାର) ବିଜେପି ଗଣଧାରଣାର ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଏନେଇ ସାମ୍ବାଦିକମାନେ ଖବର ପ୍ରସାରଣ ପାଇଁ ଏସପି ଅଫିସ ସମ୍ମୁଖରେ ପହଞ୍ଚିଥିବା ବେଳେ ଜନୈକା ଲେଡି କନେଷ୍ଟବଳ ମାସ୍କ ନପିନ୍ଧି ମୋବାଇଲରେ ବ୍ୟସ୍ତ ରହିଥିବା ଦେଖି ଏହାର ଫଟୋ ଉଠାଇଥିଲେ ଜଣେ ସାମ୍ବାଦିକ ।

ପୋଲିସ ଦୁର୍ବ୍ୟବହାରର ଶିକାର ହେଲେ ସାମ୍ବାଦିକ, ମାରିଲେ ଚାପୁଡ଼ା ଉପରେ ଚାପୁଡ଼ା

ଫଟୋ ଉଠାଇ ଲେଡି କନେଷ୍ଟବଳଙ୍କ କୋଭିଡ ଗାଇଡ଼ଲାଇନ ମାନିବା ଉପରେ ପ୍ରଶ୍ନ କରି ସୋସିଆଲ ମିଡ଼ିଆରେ ଏହାକୁ ପୋଷ୍ଟ କରିବାରୁ ଓ ଏସପିଙ୍କୁ ଫୋନ ଯୋଗେ ଏସମ୍ପର୍କରେ ଜଣାଇବାରୁ କନେଷ୍ଟବଳ ଜଣଙ୍କ ଉତ୍ୟକ୍ତ ହୋଇ ରାସ୍ତା ଉପରେ ସାମ୍ବାଦିକ ଭୀମସେନ ସେଠୀଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ ।

ଏନେଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲେଡି କନେଷ୍ଟବଳ ପିନୁଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ସାମ୍ବାଦିକ ଭୀମସେନ ସ୍ଥାନୀୟ ସଦର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃତ୍ତିବାସ ଜେନା ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଦେଖିବାକୁ ମିଳିଥିବା ବେଳେ ବାରମ୍ବାର ମିଡିଆ ପ୍ରତିନିଧି କହୁଥିଲେ ମଧ୍ୟ ଲେଡି କନେଷ୍ଟବଳ ମିଡିଆଵାଲା, ମିଡ଼ିଆବାଲା କହି ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details