ଓଡିଶା

odisha

ETV Bharat / state

ବାବୁଲି ଗୁଳିକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ - ଶାନ ଓରଫ୍ ସେକ ରେହମତକୁ ଗିରଫ

ବାବୁଲି ଗୁଳିକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଶାନ ଓରଫ୍ ସେକ ରେହମତକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡା ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : Aug 28, 2019, 5:56 PM IST

କେନ୍ଦ୍ରାପଡ଼ା: ତିନିମୁହାଣୀ ବଜାର କମିଟି ସଭାପତି ବାବୁଲି ଗୁଳିକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଶାନ ଓରଫ୍ ସେକ ରେହମତକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡା ପୋଲିସ । ପୂର୍ବରୁ ଏହି ଗୁଳିମାଡ ଘଟଣାରେ ପୋଲିସ ପ୍ରଥମେ 4ଜଣକୁ ଓ ପରେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡ଼ା

ଏହି ଘଟଣାରେ ଏବେ ବି ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଥିବାବେଳେ ଗତକାଲି ପୋଲିସ ଶାନକୁ ଗରିଫ କରି ପଚାରଉଚୁରା ଚଳାଇଥିଲା । ତେବେ ଶାନକୁ ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ତାର ଜାମିନ ନା ମଞ୍ଜୁର କରାଯାଇଛି । ଏହା ପରେ ତାକୁ କେନ୍ଦ୍ରାପଡ଼ା ଉପକାରଗାରକୁ ପଠାଯାଇଇଥିବା ବେଳେ ପୂର୍ବରୁ କେନ୍ଦ୍ରାପଡା ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇଥିଲେ ଶାନ ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସ 14ରେ ବାବୁଲି ଓରଫ ବିବେକାନନ୍ଦ ମହାରଣାକୁ ଗୁଲନଗର ଛକ ନିକଟସ୍ଥ ପୋଲ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details