କେନ୍ଦ୍ରାପଡ଼ା: ମଞ୍ଚ କଳାକାର ତଥା କେନ୍ଦ୍ରାପଡ଼ା ମହାକାଳପଡ଼ା ବରଜ ଗାଁର ଆଦିବାସୀ ଝିଅ ବଦନୀ ସାମଲର ଚିକିତ୍ସା କରିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ମଞ୍ଚ ଅଭିନେତ୍ରୀ ବଦନୀ ସାମଲ ସମ୍ପର୍କରେ ଗତ ୧୯ ତାରିଖ ଦିନ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୱିଟର ମାଧ୍ୟମରେ ଅବଗତ କରାଯାଇଥିଲା ।
ଇଟିଭି ଭାରତ ପ୍ରଭାବ: ବଦନୀର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ମଞ୍ଚ କଳାକାର ତଥା କେନ୍ଦ୍ରାପଡ଼ା ମହାକାଳପଡ଼ା ବରଜ ଗାଁର ଆଦିବାସୀ ଝିଅ ବଦନୀ ସାମଲର ଚିକିତ୍ସା କରିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
ବଦନୀର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ
ତେବେ ମଙ୍ଗଳବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବଦନୀର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ୭୨ ଘଣ୍ଟା ମଧ୍ୟରେ ATR(ଆକ୍ସନ ଟେକେନ ରିପୋର୍ଟ) ଦାଖଲ କରିବା ପାଇଁ ଟ୍ୱିଟ କରି ସୂଚନା ଦେଇଛନ୍ତି।
ପଢନ୍ତୁ:ନୀରବି ଯାଇଛି ନିଖୁଣ ଅଭିନୟ, ରାମଲୀଳା ମୈଦାନରୁ ନିଖୋଜ ସୀତା !
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ