ଓଡିଶା

odisha

By

Published : Jan 7, 2021, 6:30 PM IST

ETV Bharat / state

ମାହାଙ୍ଗା ହତ୍ୟାକାଣ୍ଡ: ବିଜେପି ସହ ପ୍ରଭାରୀଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ବର୍ତ୍ତମାନ ଓଡ଼ିଶା ଗସ୍ତରେ ରହିଛନ୍ତି ବିଜେପି ଓଡିଶା ସହପ୍ରଭାରୀ ବିଜୟପାଲ ସିଂହ ତୋମାର। କେନ୍ଦ୍ରାପଡ଼ାରେ ଏକ ସାଂଗଠନିକ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା। ଅଧିକ ପଢ଼ନ୍ତୁ...

Odisha bjp co in charge Vijaypal Singh Tomar targets state government over mahanga murder case
ମାହାଙ୍ଗା ହତ୍ୟାକାଣ୍ଡ: ବିଜେପି ସହ ପ୍ରଭାରୀଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ

କେନ୍ଦ୍ରାପଡ଼ା: ତିନି ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟସଭା ସାଂସଦ ତଥା ବିଜେପି ଓଡିଶା ସହପ୍ରଭାରୀ ବିଜୟପାଲ ସିଂହ ତୋମାର। ଆଜି(ଗୁରୁବାର) କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇଛନ୍ତି ବିଜୟପାଲ ସିଂହ ତୋମାର। ଏହି ଅବସରରେ ତୃଣମୂଳ ସ୍ତରରେ କର୍ମୀଙ୍କୁ ସଫଳତା ପାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ। ଏହାସହ ମାହାଙ୍ଗା ହତ୍ୟାକାଣ୍ଡ ନେଇ ରାଜ୍ୟ ସରକାରଙ୍କୁ ଭତ୍ସର୍ନା କରିଛନ୍ତି ।

ମାହାଙ୍ଗା ହତ୍ୟାକାଣ୍ଡ: ବିଜେପି ସହ ପ୍ରଭାରୀଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ବୈଠକରେ ବହୁ ବିଜେପି କର୍ମି ଯୋଗ ଦେଇଥିଲେ। ବିଜେପି ଏକ ଲୋକତାନ୍ତ୍ରିକ ଦଳ। ଏହି ଦଳର କର୍ମକର୍ତ୍ତା ରାଜ୍ୟ ସଭାପତିରୁ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ। ଅନ୍ୟ ରାଜନୈତିକ ଦଳଠାରୁ ବିଜେପି ଦଳ ଭିନ୍ନ। ଏଥିପାଇଁ ସଙ୍ଗଠନକୁ ବୁଥ ସ୍ତର ପର୍ଯ୍ୟନ୍ତ ମଜଭୁତ କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଦଳ ତୃଣମୂଳ ସ୍ତରରୁ ମଜଭୁତ ହେଲେ ଆଗାମୀ ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ଲୋକସଭା ନିର୍ବାଚନ ପାଇଁ ସହାୟକ ହେବ। ଦଳକୁ ଏଭଳି ଗଢ଼ିବା ଦରକାର ଯାହାଦ୍ବାରା ଅନ୍ୟ କୌଣସି ରାଜନୈତିକ ଦଳ ବିଜେପି ସମକକ୍ଷ ହେବାକୁ ଭୟ କରିବ। ପ୍ରତ୍ୟେକ ବୁଥ କାର୍ଯ୍ୟକର୍ତ୍ତା ନିଜ ବୁଥରେ ୫୦%ଭୋଟ ଆଣିବା ପାଇଁ ପ୍ରୟାସ କରନ୍ତୁ ବୋଲି ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ।

ଏହାସହ ମାହାଙ୍ଗାରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟପାଲ ସିଂହ ତୋମାର। ବିଜେପି ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣରେ ସମସ୍ତ ରାଜ୍ୟରେ ବିଜୟ ଲାଭ କରୁଥିବାରୁ ଏଥିରେ ଭୟଭୀତ ହୋଇ ଆଞ୍ଚଳିକ ଦଳ ଏଭଳି ହୀନ କାର୍ଯ୍ୟ କରିଛି। ଏହାକୁ ନେଇ ଆଗାମୀ ଦିନରେ ବିଜେପି ତୀବ୍ର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details