ଓଡିଶା

odisha

By

Published : Jul 21, 2022, 12:31 PM IST

ETV Bharat / state

ଶିକ୍ଷାନୁଷ୍ଠାନରେ OBC ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯାଉ: ବିଜେପି ଓବିସି ମୋର୍ଚ୍ଚା

ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର । ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଅଣଦେଖା କରୁଛି ସରକାର । ଆଗକୁ ହେବ ତୀବ୍ରତର ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ଶିକ୍ଷାନୁଷ୍ଠାନରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଶିକ୍ଷାନୁଷ୍ଠାନରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା:ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ମୋଦି ସରକାର ଓବିସି ବର୍ଗ ପାଇଁ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ କରିଛନ୍ତି । ହେଲେ ରାଜ୍ୟ ସରକାର ଚଳିତ ନିର୍ବାଚନ ସମୟରେ ଓବିସି ବର୍ଗର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ କୌଣସି ସଂରକ୍ଷଣର ବ୍ୟବସ୍ଥା ହୋଇନାହିଁ ବୋଲି ଭୂଆଁ ବୁଲାଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ।

ଶିକ୍ଷାନୁଷ୍ଠାନରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବର୍ଗର ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ଦାବିପତ୍ରରେ ଉଲ୍ଲେଖ କରିଛି ଦଳ । ଏଥିସହିତ ରାଜ୍ୟର ମୋଟ ଜନସଂଖ୍ୟାର ୫୪% ଓବିସି ବର୍ଗର ହୋଇଥିବା ବେଳେ ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଯାହାକୁ ନେଇ ପ୍ରତିବାଦ କରିଛି ବିଜେପି ଓବିସି ମୋର୍ଚ୍ଚା । ତେଣୁ ଆଗାମୀ ଦିନରେ ଯଦି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆନଯାଏ ତେବେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details