ଓଡିଶା

odisha

ETV Bharat / state

କଲେକ୍ଟରଙ୍କ ନିର୍ଦ୍ଦେଶରେ କଲବଲ ସରକାରୀବାବୁ - ଛୁଟି ପାଇଁ ସରକାରୀ କର୍ମଚାରୀଙ୍କୁ ଦେବାକୁ ପଡିବ ଉପଯୁକ୍ତ କାରଣ

ଛୁଟି ପାଇଁ ସରକାରୀ କର୍ମଚାରୀଙ୍କୁ ଦେବାକୁ ପଡିବ ଉପଯୁକ୍ତ କାରଣ । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 10, 2019, 2:46 PM IST

କେନ୍ଦ୍ରାପଡା: ଏଣିକି ଛୁଟି ପାଇଁ ସରକାରୀ କର୍ମଚାରୀଙ୍କୁ ଦେବାକୁ ପଡିବ ଉପଯୁକ୍ତ କାରଣ । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା ସରକାରୀ ପଦାଧିକାରୀଙ୍କ ତିନି 3ଟି ସରକାରୀ ଛୁଟିକୁ ପାଣିରେ ମିଶାଇଛି । ଆଜି ଦ୍ବିତୀୟ ଶନିବାର ଥିବାବେଳେ ଆସନ୍ତାକାଲି ରବିବାର ଏବଂ ସୋମବାର ଇଦ-ଉଲ-ଜୁହା । ଲଗାତାର ଭାବେ ମିଳୁଥିବା ଏହି 3 ଦିନ ଛୁଟିକୁ ନେଇ ସରକାରୀ ବାବୁମାନେ ଅନେକ ପ୍ଲାନିଂ ପ୍ରସ୍ତୁତ କରିଥିଲେ । କିନ୍ତୁ ସବୁ ପ୍ଲାନିଂ ଏବେ ଫସର ଫାଟିଯାଇଛି ।

ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିଭାଗରେ କାମ କରୁଥିବା ସରକାରୀ କର୍ମଚାରୀମାନେ ଜିଲ୍ଲା ବାହାରେ ରହୁଥିବା ନେଇ ଅଭିଯୋଗ ହୋଉଥିଲା । ଅଫିସ କାମ ସାରି ପାଖାପାଖି 90 ପ୍ରତିଶତ କର୍ମଚାରୀ ସମୟ ଆଗରୁ ଅଫିସ ଛାଡି ଚାଲିଯାଉଥିଲେ । କେତେକ କର୍ମଚାରୀଙ୍କୁ ସରକାରୀ କ୍ବାଟର ମିଳିଥିବାବେଳେ ସେମାନେ ତାକୁ ଭଡା ଦେଇ ଜିଲ୍ଲା ବାହାରେ ରହିବାକୁ ପସନ୍ଦ କରୁଛନ୍ତି । ଅନ୍ୟପଟେ କ୍ବାଟର ପାଇନଥିବା ସରକାରୀ ବାବୁମାନେ ଘରଭଡା ବାବଦକୁ ସରକାରୀ ତହସିଲରୁ ଟଙ୍କା ପାଉଥିଲେ । ସେହିଭଳି ଜରୁରୀ ପରିସ୍ଥିତିରେ ସରକାରୀ ବାବୁଙ୍କ ଖୋଜା ପଡିବା ସମୟରେ ସେମାନେ ନିଜ ବିଭାଗରେ ଉପସ୍ଥିତ ନଥିବା ସହ ନିଜ ନିଜ ଫୋନକୁ ବନ୍ଦ ରଖୁଥିଲେ । ସରକାରୀ ବାବୁଙ୍କ ଏହି ଅବହେଳାକୁ ଅନୁଭବ କରି ଜିଲ୍ଲାପାଳ ସମର୍ଥ ବର୍ମା ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା ଜାରି ହେବା ଦ୍ବାରା ପ୍ରତିଦିନ ଜିଲ୍ଲାର ସରକାରୀ କର୍ମଚାରୀମାନେ ନିଜ ଜିଲ୍ଲାର ଇଲାକାରେ ରହିବାକୁ ବାଧ୍ୟ ହେବେ । ଆଉ ଯଦି ଜିଲ୍ଲା ବାହାରକୁ ଯିବେ ତାହେଲେ ସେମାନଙ୍କୁ ଉପଯୁକ୍ତ କାରଣ ଦର୍ଶାଇ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ । ତେବେ ଏହି ନିୟମ ଛୁଟିଦିନ ଗୁଡିକରେ ମଧ୍ୟ ଲାଗୁ ହେବ ବୋଲି ନିର୍ଦ୍ଦେଶ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details