ଓଡିଶା

odisha

ETV Bharat / state

ଗୋବରୀ ନଦୀ ଜଳ ଦୂଷିତ, କେନ୍ଦ୍ରକୁ ରିପୋର୍ଟ ଦେବ ରାଜ୍ୟ ପ୍ରଦୂଷଣ ବୋର୍ଡ - ଗୋବରୀ ନଦୀ ଜଳ ଦୂଷିତ

ଗୋବରୀ କେନାଲ ଓ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ପ୍ରଶାସନିକ ସ୍ଥାଣୁତା ବିରୋଧରେ ସ୍ଥାନୀୟ ଗୁଲନଗର ପଞ୍ଚାୟତର ପ୍ରକାଶ ଚନ୍ଦ୍ର ନାୟକ ଗତ ୨୧ ମେ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇ-ମେଲ ମାଧ୍ୟମରେ ଏକ ଅଭିଯୋଗ ଦାୟର କରିଥିଲେ । ଯାହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ପ୍ରଦୂଷଣ ବୋର୍ଡ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

notice-to-state-pillution
notice-to-state-pillution

By

Published : Feb 7, 2020, 4:30 AM IST

କେନ୍ଦ୍ରାପଡ଼ା: ସହର ମଧ୍ୟଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ ଓ ମହାନଦୀରୁ ବାହାରିଥିବା ଗୋବରୀ କେନାଲ ଜଳ ହୋଇପଡିଛି ଦୂଷିତ। ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେହି ଆନ୍ତରିକତା ପ୍ରକାଶ କରିନାହାନ୍ତି।

କେନ୍ଦ୍ରକୁ ରିପୋର୍ଟ ଦେବ ରାଜ୍ୟ ପ୍ରଦୂଷଣ ବୋର୍ଡ

ଗୋବରୀ କେନାଲ ଓ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ପ୍ରଶାସନିକ ସ୍ଥାଣୁତା ବିରୋଧରେ ସ୍ଥାନୀୟ ଗୁଲନଗର ପଞ୍ଚାୟତ ଗୁଲନଗର ଗାଁର ପ୍ରକାଶ ଚନ୍ଦ୍ର ନାୟକ ଗତ ୨୧ ମେ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇ-ମେଲ ମାଧ୍ୟମରେ ଏକ ଅଭିଯୋଗ ଦାୟର କରିଥିଲେ। ଏହି ଅଭିଯୋଗ ପତ୍ରରେ ଗୋବରୀ କେନାଲ ଓ ନଦୀରେ ଲୋକମାନେ ଅଳିଆ ଆବର୍ଜ୍ଜନା ଫିଙ୍ଗୁଥିବା, ଡ୍ରେନ ପାଣି ଏହି ଜଳାଶୟ ଗୁଡିକରେ ମିଶୁଥିବା ବେଳେ ରାଜ୍ୟର ସର୍ଵ ପୁରାତନ ମ୍ୟୁନିସିପାଲିଟିର ଏଥିପ୍ରତି ନିଘା ନଥିବା ଦର୍ଶାଇଥିଲେ ଅଭିଯୋଗକାରୀ।

କେନ୍ଦ୍ରକୁ ରିପୋର୍ଟ ଦେବ ରାଜ୍ୟ ପ୍ରଦୂଷଣ ବୋର୍ଡ

ଆହୁରି ମଧ୍ୟ ଏହି ଜଳାଶୟ ଦୁଇଟି ପୁର୍ବରୁ ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ରେଖା ଥିବା ବେଳେ ଲୋକମାନେ ଏହି ଗୋବରୀ କେନାଲ ଓ ନଦୀର ପାଣିକୁ ପିଇବା, ରୋଷେଇ କାର୍ଯ୍ୟରେ ଲଗାଇବା ଆଦି କାମ କରୁଥିବା ବେଳେ ବର୍ତ୍ତମାନ ଏହି ପାଣି ଏତେ ପରିମାଣରେ ପ୍ରଦୂଷିତ ହୋଇଛି ଯେ ଏଥିରେ ଗୋଡ଼ ବୁଡାଇବା ମୁସ୍କିଲ ହୋଇଡିଥିବା ଦର୍ଶାଇଛନ୍ତି ପ୍ରକାଶ। ଏଭଳି ଅଭିଯୋଗ ପାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେନ୍ଦ୍ର ସରକାରଙ୍କ ଜଳଶକ୍ତି ବିଭାଗକୁ ଚିଠି କରାଯିବା ପରେ ଗତ ମାସ ୨୮ତାରିଖରେ ନିର୍ଦ୍ଦେଶକ ଜାତୀୟ ନଦୀ ସଂରକ୍ଷଣ(ଜଳଶକ୍ତି) ବିଭାଗର ଉପ ନିର୍ଦ୍ଦେଶକ ସଞ୍ଜୟ ସିଂହ କେନ୍ଦ୍ର ପ୍ରଦୂଷଣ ଓ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଜବାବ ତଲବ ମାଗିଛନ୍ତି ।

ଅର୍ଥାତ କେନ୍ଦ୍ରାପଡ଼ା ସହରରେ ପ୍ରବାହିତ ଗୋବରୀ କେନାଲ ଓ ଗୋବରୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ସେନେଇ ଅଭିଯୋଗକାରୀଙ୍କୁ ସିଧାସଳଖ ରିପୋର୍ଟ ଦେବା ସହିତ ଏହାର ଏକ କପି ଜଳଶକ୍ତି ବିଭାଗକୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ପ୍ରଦୂଷଣ ବୋର୍ଡ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details