ଓଡିଶା

odisha

ETV Bharat / state

ବାଟବଣା ସର୍ବଶିକ୍ଷା ଅଭିଯାନ; କେଉଁଠି ବିନା ଛାତ୍ରଛାତ୍ରୀରେ ତ କେଉଁଠି ବିନା ଶିକ୍ଷକରେ ଚାଲିଛି ସ୍କୁଲ - COLLECTOR KENDRAPADA

ସ୍କୁଲଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର 8କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ସ୍କୁଲର ଅବସ୍ଥା ସଂଗୀନ। ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀ ଥିବାବେଳେ 30ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ହେଲେ ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷୟତ୍ରୀ ଥିବାବେଳେ ପାଠ ପଢା ଏକଦମ ଠପ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 13, 2019, 3:22 PM IST

କେନ୍ଦ୍ରାପଡା: ସଭିଏଁ ପଢନ୍ତୁ,ସଭିଏଁ ବଢ଼ନ୍ତୁ" ସରକାର ୬ ବର୍ଷରୁ ୧୪ବର୍ଷର ଶିଶୁଙ୍କୁ ବାଧ୍ୟତାମୂଳକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । ଛାତ୍ରଛାତ୍ରୀଙ୍କୁ କେବଳ ସମସ୍ତ ମାଗଣା ସୁବିଧା ଯୋଗାଇଦେଲେ ଯେ ସେମାନେ ଶିକ୍ଷିତ ହୋଇଯିବେ ଏହା ଚିନ୍ତା କରିବା ଘାତକ ହେବ । କାରଣ ବିନା ଶିକ୍ଷକରେ ଶିକ୍ଷାଦାନ ହେବ କେମିତି? ଏମିତି ରାଜ୍ୟର ଅନେକ ସ୍କୁଲ ଅଛି ଯେଉଁଠି ଆବଶ୍ୟକତା ଠାରୁ କମ ଶିକ୍ଷକ ଅଛନ୍ତି ।

ଏମିତି ଏକ ସ୍କୁଲ ହେଉଛି କେନ୍ଦ୍ରାପଡା ଜିଲ୍ଲା ଟୁବିହୁଡା ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ଜଣେ ମାତ୍ର ଶିକ୍ଷୟତ୍ରୀ ଥିବା ବେଳେ ଛାତ୍ରଛାତ୍ରୀ ପ୍ରାୟ 40 ଜଣ ଅଛନ୍ତି । ଜଣେ ମାତ୍ର ଶିକ୍ଷୟତ୍ରୀ ରେ ପାଞ୍ଚଟି ଶ୍ରେଣୀରେ କେମିତି ଶିକ୍ଷାଦାନ ହେଉଥିବ ତାହା ବେଶ ଜଳଜଳ ଜଣା ପଡୁଛି ।

ସେଥିରେ ପୁଣି ସ୍କୁଲର ଅନ୍ୟାନ୍ୟ କାମ, ମଧ୍ୟାହ୍ନ ଭୋଜନ ତଦାରଖ କରିବା ସରକାରଙ୍କ ବିଭିନ୍ନ କାର୍ଯ୍ୟ ସଂପାଦନ କରିବା ଜଣେ ମାତ୍ର ଶିକ୍ଷୟତ୍ରୀଙ୍କ ପକ୍ଷେ ସମ୍ଭବ ନୁହେଁ । ଯେମିତି ଏହି ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇ ନିଘୋଡ ନିଦରେ ଶୋଇଛି ଶିକ୍ଷା ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ଏ ଚିତ୍ର ହେଉଛି କେନ୍ଦ୍ରାପଡା ଜିଲ୍ଲା କଳାପଡା ପଞ୍ଚାୟତର ଟୁବିହୁଡା ପ୍ରାଥମିକ ବିଦ୍ୟାଳୟର । ସ୍କୁଲଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର 8କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ସ୍କୁଲର ଅବସ୍ଥା ସଂଗୀନ । ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀ ଥିବାବେଳେ 30ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ହେଲେ ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ମାତ୍ର ଦିଦି ଥିବାବେଳେ ପାଠ ପଢା ଏକଦମ ଠପ । ସବୁଠାରୁ ବିଡମ୍ବନା ହେଉଛି ଗତ 7ମାସ ହେଲା ଉକ୍ତ ସ୍କୁଲରେ ଅବସ୍ଥାପିତ ଥିବା ଜଣେ ଶିକ୍ଷକଙ୍କର କୌଣସି ଖୋଜ ଖବର ନାହିଁ ।

ଗୋଟିଏ ପଟେ ସରକାର ଛାତ୍ରଛାତ୍ରୀଙ୍କ ଅଭାବରୁ 9ଶହ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଛାତ୍ରଛାତ୍ରୀ ଥିବା ସ୍କୁଲରେ ଶିକ୍ଷକ ନଦେବା ସରକାର ଶିକ୍ଷା ବ୍ୟବସ୍ଥା ପ୍ରତି କେତେ ସମ୍ବେଦନଶୀଲ ତାହା ସ୍ପଷ୍ଟ ଅନୁମେୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details