କେନ୍ଦ୍ରାପଡ଼ା: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ସେଥିପାଇଁ ଗତକାଲି (ବୁଧବାର) ଠାରୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ସକାଳ ୧୧ରୁ ସନ୍ଧ୍ୟା ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଧାର୍ଯ୍ୟ କରାଯାଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପରେ ପୌର ନିର୍ବାଚନକୁ ନେଇ ସରଗରମ ହୋଇଉଠୁଛି ରାଜନୀତି ।
Municipality Election: କେନ୍ଦ୍ରାପଡ଼ାରେ 3 ନାମାଙ୍କନ ପତ୍ର ଦାଖଲ - ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟୀ
ପୌର ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ଗତକାଲି(ବୁଧବାର) ଦିନ ତିନୋଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଅଧିକ ପଢନ୍ତୁ
Municipality Election: ପୌର ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ
ତେବେ ଗତକାଲି(ବୁଧବାର) ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ପାଇଁ ତିନୋଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ତିନୋଟି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ସମସ୍ତ ଦଳ ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିବେ ବୋଲି ସୂଚନା ରହିଥିବା ବେଳେ ଅସନ୍ତୁଷ୍ଟଙ୍କୁ ଏହା ଏକ ଚେକ ଦିଆଯିବାର ରାଜନୈତିକ ଚାଲ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ