ଓଡିଶା

odisha

ETV Bharat / state

ସରପଞ୍ଚ ଆଶାୟୀଙ୍କ କଟିଛି ଭୋଟର ତାଲିକାରୁ ନାଁ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ - କେନ୍ଦ୍ରାପଡା ଖବର

ମୁଁ ଗାଁ ଗାଁ ବୁଲିଛି । ପ୍ରଚାର କରିଛି । ଲୋକମାନେ ମୋତେ ପସନ୍ଦ କରୁଛନ୍ତି । ଆଉ ଏବେ ମୁଁ ସରପଞ୍ଚ ପ୍ରାର୍ଥି ନହୋଇପାରିଲେ ଆତ୍ମହତ୍ୟା କରିବି। ଅଧିକ ପଢନ୍ତୁ

ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

By

Published : Jan 18, 2022, 9:45 PM IST

କେନ୍ଦ୍ରାପଡା:ମୁଁ ଗାଁ ଗାଁ ବୁଲିଛି । ପ୍ରଚାର କରିଛି । ଲୋକମାନେ ମୋତେ ପସନ୍ଦ କରୁଛନ୍ତି । ଆଉ ଏବେ ମୁଁ ସରପଞ୍ଚ ପ୍ରାର୍ଥି ନହୋଇପାରିଲେ ଆତ୍ମହତ୍ୟା କରିବି। ଭୋଟର ତାଲିକାରେ ନାଁ କାଟିଦେଇଥିବା ଅଭିଯୋଗ କରି ଏଭଳି ଚେତାବନୀ ଦେଇଛନ୍ତି ଜଣେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ।

ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ନଡିଆବରାଇ ପଞ୍ଚାୟତର । ସରପଞ୍ଚ ଓ ସମିତିସଭ୍ୟ ଆସନ ଚଳିତ ନିର୍ବାଚନରେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିଲା। ତେବେ ଗତକାଲି ସରପଞ୍ଚ ପ୍ରାର୍ଥିନୀ ଭାବେ ରଶ୍ମିତା ମଲିକ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ସମୟରେ ତାଙ୍କ ନାମ ଭୋଟର ତାଲିକାରେ ନଥିବା ଜାଣିବାକୁ ପାଇଥିଲେ। ରଶ୍ମିତା ଗତ ସାଧାରଣ ନିର୍ବାଚନରେ ଭୋଟ ଦେଇଥିବା ବେଳେ ଚଳିତଥର ତାଙ୍କର ନାଁ ଭୋଟର ତାଲିକାରୁ କିପରି କଟିଲା ବୋଲି ପଚାରିଛନ୍ତି? ଏହାସହ ଭୋଟର ତାଲିକା ଯାଞ୍ଚ କରିବା ପରେ ନଡିଆବରାଇ ପଞ୍ଚାୟତ ୭ ନଂ ୱାର୍ଡ ଦଳିତ ସାହିର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଭୋଟରଙ୍କ ନାମ ଏହି ତାଲିକାରୁ କଟାଯାଇଥିବା ଜଣାପଡିଥିଲା ।

ସରପଞ୍ଚ ଆଶାୟୀଙ୍କ କଟିଛି ଭୋଟର ତାଳିକାରୁ ନାଁ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଏନେଇ ଆଜି ରଶ୍ମିତାଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଭୋଟର ଜିଲ୍ଲାପାଳଙ୍କୁ ଭୋଟର ତାଲିକାରେ ନାଁ ନଥିବାକୁ ନେଇ ଅଭିଯୋଗ କରିଛନ୍ତି । ଯଦି ତାଙ୍କର ଓ ଦଳିତ ସାହି ଭୋଟରଙ୍କ ନାଁକୁ ତାଲିକାରେ ସାମିଲ ନକରାଯାଏ ଓ ସେ ନିର୍ବାଚନ ଲଢିନପାରନ୍ତି ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ଚେତାବନୀ ଦେଇଛନ୍ତି ରଶ୍ମିତା।

ଅନ୍ୟପଟେ ନଭେମ୍ବର ୩୦ ତାରିଖ ଭୋଟର ତାଲିକା ସଂଶୋଧନ ପାଇଁ ଶେଷ ତାରିଖ ରହିଥିବା ବେଳେ ପଞ୍ଚାୟତ କର୍ମଚାରୀ କୌଣସି ବୁଥରେ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟର ତାଲିକା ଉପଲବ୍ଧ କରାଇନଥିବା ଅଭିଯୋଗ କରିଛନ୍ତି ଅନ୍ୟଜଣେ ଆଶାୟୀ। ଏହାକୁ ନେଇ କେନ୍ଦ୍ରାପଡା ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ କହିଛନ୍ତି କୌଣସି ଅଭିଯୋଗ ପାଇନାହାଁନ୍ତି । ବିଡିଓ ଏନେଇ ତାଙ୍କୁ ଅବଗତ କରାଇଲେ ସେ କୌଣସି ପଦକ୍ଷେପ ନେବେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details