ଓଡିଶା

odisha

ETV Bharat / state

Modi govt @9: ବିଜେଡିକୁ କୁରୁ ବଂଶ ସହ ତୁଳନା କରି ନିଶାନା କଲେ ଟୁଡୁ - Bishweswar Tudu

ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ 9 ବର୍ଷ ପୂର୍ତ୍ତୀ ଅବସରରେ ବିଜେପି ଦେଶବ୍ୟାପୀ ଆୟୋଜିତ କରୁଛି ଗରିବ କଲ୍ୟାଣ ସମାବେଶ । କାର୍ଯ୍ୟକ୍ରମ ଅନ୍ତର୍ଗତ ଗତକାଲି କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୋଦି ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହ ସରକାର ନେଇଥିବା ଐତିହାସିକ ନିଷ୍ପତି କହିଥିଲେ। ଏହାସହ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ । ଅଧିକ ପଢନ୍ତୁ

ବିଜେଡି ବିରୋଧରେ ବର୍ଷିଲେ ଟୁ଼ଡୁ
ବିଜେଡି ବିରୋଧରେ ବର୍ଷିଲେ ଟୁ଼ଡୁ

By

Published : Jun 10, 2023, 9:36 AM IST

ବିଜେଡି ବିରୋଧରେ ବର୍ଷିଲେ ଟୁ଼ଡୁ

କେନ୍ଦ୍ରାପଡା: ବିଜେଡି ଶାସନକୁ କୌରବ ଶାସନ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ମହାଭାରତ ରୂପୀ ଯୁଦ୍ଧରେ ପରିଣତ ହେବ । ବିଜେଡି ଶାସନର ଲୋପ ଘଟିବ । ଗତକାଲି(ଶୁକ୍ରବାର) ଏଭଳି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ବିଜେପି ଦେଶବ୍ୟାପୀ ଆୟୋଜିତ କରୁଛି ଗରିବ କଲ୍ୟାଣ ସମାବେଶ । କାର୍ଯ୍ୟକ୍ରମ ଅନ୍ତର୍ଗତ ଗତକାଲି କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୋଦି ସରକାରଙ୍କ ସଫଳତା ବର୍ଣ୍ଣନା କରିବା ସହ ସରକାର ନେଇଥିବା ଐତିହାସିକ ନିଷ୍ପତ୍ତି କହିଥିଲେ । ଏହାସହ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ । ବିଜେଡି ଶାସନକୁ କୌରବ ଶାସନ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ମହାଭାରତ ରୂପୀ ଯୁଦ୍ଧରେ ପରିଣତ ହେବ । ବିଜେଡି ଶାସନର ଲୋପ ଘଟିବ ।

କେନ୍ଦ୍ରାପଡା ଜିଲ୍ଲାର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ୪୧ଟି ବିଭାଗରେ କେନ୍ଦ୍ର ସରକାର ଅନୁଦାନ ଦେଉଥିବା ବେଳେ ଭାରତ ସରକାରଙ୍କ ଲୋଗୋ କିମ୍ବା ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ନଥିବା ବେଳେ ରାଜ୍ୟ ସରକାରଙ୍କ ଫଟୋ ଲାଗିବାକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଗତ କିଛି ଦିନ ତଳେ ଜଣେ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧିତ କରିଥିବା ବେଳେ ବାସ୍ତବିକ ରାଜ୍ୟ ଶାସନକୁ କିଏ ଚଳାଉଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ମହାନଦୀ ଜଳବିବାଦ ସମ୍ପର୍କରେ ମନ୍ତବ୍ୟ ରଖି ୨ହଜାର ଏକର ତଳକୁ ଥିବା ଜମିରେ କୌଣସି ପ୍ରକାର ପ୍ରକଳ୍ପ ହେଲେ ସେନେଇ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ା ଯାଇନଥାଏ । ଏହି ଜଳବିବାଦ ପ୍ରସଙ୍ଗର ସମାଧାନ ପାଇଁ ଗଢ଼ା ଯାଇଥିବା ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ଗସ୍ତ ଶେଷ କରି ତୃଣମୂଳ ସ୍ତରରୁ ତଦନ୍ତ କରିଛନ୍ତି ଓ ଆଉ କିଛିଦିନ ପରେ ସତ ସାମ୍ନାକୁ ଆସିବାକୁ ଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବୋଲି କହିବା ସହ ଯୋଜନା ହଡପରେ ରାଜ୍ୟ ସରକାର ଏକ ନମ୍ବରରେ ରହିବ ବୋଲି କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୬୦% ଅନୁଦାନ ରାଶି ଦେଉଥିବା ବେଳେ ରାଜ୍ୟ ୪୦% ଅନୁଦାନ ରାଶି ପ୍ରଦାନ କରି ସ୍ଥାନେ ସ୍ଥାନେ ପ୍ରଧାନମନ୍ତ୍ରୀ ଆବାସକୁ ଛୋଟ ଛୋଟ ଅକ୍ଷରରେ ଲେଖି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ବିଜୁ ପକ୍କାଘର ବୋଲି ବଡ଼ ବଡ଼ ଅକ୍ଷରରେ ଲେଖୁଛନ୍ତି ବୋଲି କହିଛନ୍ତି ।

ସେହିଭଳି ୨୦୨୧ ମସିହାରେ ସେ କେନ୍ଦ୍ରମନ୍ତ୍ରୀ ହେବା ପରଠାରୁ ଅଦ୍ୟାବଧି ଦୁଇଟି ପର୍ଯ୍ୟାୟରେ ୪୨୦୦ କୋଟି ଟଙ୍କା ଜଳଜୀବନ ମିଶନ ପାଇଁ ରାଜ୍ୟକୁ ପ୍ରଦାନ କରିଥିବା ବେଳେ ପାହାଡିଆ ନର୍ଥ ଇଷ୍ଟ ରାଜ୍ୟଠାରୁ ଓଡିଶା ପଛୁଆ ବୋଲି କହିଛନ୍ତି। ଜଳସେଚନ ଓ ଜଳ ନିଷ୍କାସନରେ ରାଜ୍ୟ ପଛୁଆ ହୋଇଥିବା ବେଳେ ମନରେଗା ଦୁର୍ନୀତିରେ ରାଜ୍ୟ ଆଗୁଆ ଥିବା କହିଛନ୍ତି ।

ଆଦିବାସୀ ମାନଙ୍କ ଉନ୍ନତି ପାଇଁ ପେଶା ଆଇନ ଲାଗୁ ପାଇଁ ନା, ଆୟୁଷମାନ ଯୋଜନାରେ ସାମିଲ ହେବାକୁ ନା କେବଳ ଏଭଳି ଏକ ଜନବିରୋଧି ସରକାର ହିଁ କରିପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ । ଏହି ଅବସରରେ କୃଷକ ମାନଙ୍କ ପାଇଁ ଧାନର MSP ୧୪୩ ଟଙ୍କା ବୃଦ୍ଧି ହୋଇଥିବା ଓ ୨୦୧୩ ପର ଠାରୁ ଧାନର ମୂଲ୍ୟ ୧୩୧୦ରୁ ବୃଦ୍ଧି ହୋଇ ୨୧୮୩ ଟଙ୍କା କରାଯାଇଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଘୋଟାଲାକୁ ନଜରରେ ରଖି କେନ୍ଦ୍ର ସରକାର ପ୍ରତ୍ୟେକ ମାସରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିବେ ବୋଲି ଘୋଷଣା କରିଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିପରି ବାହାନଗା ରେଳ ଦୁର୍ଘଟଣା ପରେ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଯଥା ରାଜନୀତି କରୁଛନ୍ତି ଓ ଇସ୍ତଫା ସବୁ ସମସ୍ୟାର ସମାଧାନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରୋଟୋକାଲ ଭାଙ୍ଗି ଲୋକମାନଙ୍କୁ ଦେଖିବା ଓ ମାତ୍ର ତିନିଦିନ ମଧ୍ୟରେ ରେଳ ଧାରଣାରେ ରେଳ ପୁନର୍ବାର ଚାଲିବା ଏକ ମାଇଲ ଖୁଣ୍ଟ ବୋଲି କହିଛନ୍ତି ଟୁଡୁ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଳ, ରାଜ୍ୟ ପ୍ରବକ୍ତା ତେଜେଶ୍ବର ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ଓ ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details