ଓଡିଶା

odisha

ETV Bharat / state

ରତ୍ନ ସିଂହାସନକୁ ବିଜେ କଲେ ଶ୍ରୀବଳଦେବଜୀଉ, ରଘୁନାଥ ବେଶ ଦର୍ଶନ କରି ଭାବବିହ୍ବଳ ଭକ୍ତ - ରଘୁନାଥ ବେଶ

ଗତକାଲି ରଥ ଉପରେ ତିନି ଦିଅଁଙ୍କ ରଘୁନାଥ ବେଶ ରୀତିନୀତି ସମ୍ପନ୍ନ ହୋଇଛି । ଶେଷରେ ଅଧର ପଣା ନୀତି ପରେ ଟାହିଆ ଲାଗି କରାଯାଇ ଦିଅଁଙ୍କୁ ବଡ ଦେଉଳକୁ ବିଜେ କରାଯାଇଛି । ଅଧିକ ପଢନ୍ତୁ

niladri bije ritual
niladri bije ritual

By

Published : Jul 1, 2023, 2:04 PM IST

niladri bije ritual

କେନ୍ଦ୍ରାପଡା: ସରିଲା ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କର ରଥଯାତ୍ରା l ନବଦିନାତ୍ମକ ଯାତ୍ରା ସାରି ଗତକାଲି(ଶୁକ୍ରବାର) ରତ୍ନ ସିଂହାସନକୁ ଫେରିଛନ୍ତି ମହାପ୍ରଭୁ । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ ହୋଇଛନ୍ତି । ତେବେ ଗତକାଲି ରଥ ଉପରେ ତିନି ଦିଅଁଙ୍କ ରଘୁନାଥ ବେଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ତେବେ ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶେଷରେ ଅଧର ପଣା ନୀତି ପରେ ଟାହିଆ ଲାଗି କରାଯାଇ ଦିଅଁଙ୍କୁ ବଡ ଦେଉଳକୁ ବିଜେ କରାଯାଇଥିଲା । ନବଦିନ ବ୍ୟାପୀ ମାଉସୀ ମା’ ମନ୍ଦିରରୁ ବୁଲି ଆସିବା ପରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀବଳଦେବଜିଉ, ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ବଡ଼ଦେଉଳକୁ ଫେରି ଆସିଛନ୍ତି ।

ସର୍ବବୃହତ୍‌ ବ୍ରହ୍ମତାଳଧ୍ୱଜ ରଥ ଚକଡ଼ା ଛୁଇଁବା ପରେ ଶ୍ରୀଜିଉଙ୍କ ବଡ଼ଦେଉଳ ପ୍ରବେଶ ପର୍ବ ଆରମ୍ଭ ହୋଇଥିଲା । ସକାଳେ ରଥାରୂଢ଼ ଶ୍ରୀଜିଉମାନଙ୍କ ରଘୁପତି ବେଶ ଅନୁଷ୍ଠିତ ହେବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଠାକୁରମାନଙ୍କ ରତ୍ନ ସିଂହାସନ ବିଜେ ଉତ୍ସବ ଲାଗି ରହିଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଖାପାଖି ତିନିରୁ ଚାରି କ୍ୱିଣ୍ଟାଲ ରୂପାର ଅଳଙ୍କାର ପିନ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ବେଶରେ ଶ୍ରୀଜିଉମାନେ ଚାନ୍ଦି ଅଳଙ୍କାରରେ ଆଚ୍ଛାଦିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବାହୁଡ଼ିଲେ ବଡ଼ବାଡ଼ ମଣିମା, କାଲି ରୂପାରେ ହେବେ ରଘୁନାଥ ବେଶ

କିମ୍ବଦନ୍ତୀ ଅନୁସାରେ, ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଜୀଉ ମାନଙ୍କ ସୁନାବେଶ ନଥିବା କାରଣରୁ ରଘୁନାଥ ବେଶରେ ପ୍ରଭୁଙ୍କୁ ସଜା ଯାଇଥାଏ । ଏଥିସହ ରଥରୁ ଅବତରଣ ସମୟରେ ତିନି ଠାକୁରଙ୍କ ଧାଡି ପହଣ୍ଡି ଅନୁଷ୍ଠିତ ହେଉଥିବା ବେଳେ ସେବାୟତ ମାନଙ୍କ ଦ୍ୱାରା ଫୁଲ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ରଥଯାତ୍ରା ସମୟରେ ସେବା କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କୁ ପୁଷ୍ପହାର, ଉପଢୌକନ ଏବଂ ଶିରପ୍ପା ଦିଆଯାଇ ସମ୍ବର୍ଦ୍ଧିତ କରିବା ସହ ଶେଷ ହୋଇଥିଲା ଶିରପ୍ପା ବଣ୍ଟନ ବିଧି । ଧାଡି ପହଣ୍ଡିରେ ଶ୍ରୀଜିଉଙ୍କୁ ନିଆଯାଉଥିବା ବେଳେ ପ୍ରଥମେ ମହାପ୍ରଭୁ ବଳଦେବଜୀଉ, ପରେ ଭଗିନୀ ସୁଭଦ୍ରା ରତ୍ନ ସିଂହାସନକୁ ଯିବା ପରେ ମଝି ଦେଉଳରେ ଜଗନ୍ନାଥଙ୍କ ବାଟ ଓଗାଳି କବାଟ କିଳିଥିଲେ ଅଭିମାନୀ ଧନଦାତ୍ରୀ ମା'ଲକ୍ଷ୍ମୀ । ଏହାପରେ ଉଭୟ ପାର୍ଶ୍ବରୁ ପରମ୍ପରା ଅନୁଯାୟୀ ବଚନିକା ପାଠ ସହ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ପ୍ରଭୁ କଳାଠାକୁର ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details