ଓଡିଶା

odisha

ETV Bharat / state

ବ୍ରାହ୍ମଣୀ ପଠାରୁ ବେଆଇନ ବାଲି ଚାଲାଣ: କାର୍ଯ୍ୟାନୁଷ୍ଠାନ ପାଇଁ ଏନଜିଟିର ନିର୍ଦ୍ଦେଶ - ବ୍ରାହ୍ମଣୀ ପଠାରୁ ବେଆଇନ ବାଲି ଉଠାଣ ପ୍ରସଙ୍ଗ

ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏନଜିଟି ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Nov 22, 2019, 4:45 PM IST


କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଜାତୀୟ ଗ୍ରୀନ ଟ୍ରିବୁନାଲ(ଏନଜିଟି) ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ଏହା ସହିତ ବେଆଇନ ଭାବେ ବାଲି ଖୋଳିଥିବା ଠିକାଦାର ଓ ତାଙ୍କ ପ୍ରକଳ୍ପ ଉପରେ ଏକ କୋଟିରୁ ଅଧିକ ଜୋରିମାନା ଆଦାୟ କରିବାକୁ ପଦକ୍ଷେପ ନିଆଯାଇଥିବା କଥା ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଘଟଣାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି । ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀ ହୋଇଥିଲେ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ନିକଟ ବ୍ରାହ୍ମଣୀ ନଦୀର ଶଯ୍ୟା ଓ ନଦୀ ପଠାରୁ ବେଆଇନ ବାଲି ଓ ମାଟି ଖନନ ହେଉଥିଲା । ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନଥାଇ ବ୍ରାହ୍ମଣୀ ନଦୀ ଶଯ୍ୟା ଓ ପଠାରୁ ହଜାର ହଜାର ଟ୍ରକ ବାଲି ଓ ମାଟି ଉଠାଇ ନେଉଥିଲେ ବେଆଇନ ଲାଇସେନ୍ସ ଧାରୀ ।

ଏହି ବେଧଡକ ବାଲି ଉତ୍ତୋଳନ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲେ ସମାଜସେବୀ ମନୋରଞ୍ଜନ ପ୍ରଧାନ ଓ ମିଟୁ ଦାସ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ଅଭିଯୋଗରେ ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲା ମାଇନିଂ ଅଫିସର ଓ ଜିଲ୍ଲା ଏସପିଙ୍କ ଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ ।

ଏହି ରିପୋର୍ଟ ସତ୍ୟପାଠ ଜରିଆରେ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ପ୍ରଦାନ କରିଥିଲେ ଜିଲ୍ଲା ପ୍ରଶାସନ । କିନ୍ତୁ ଏହି ସତ୍ୟପାଠ ଭୁଲ ବୋଲି ଗ୍ରୀନ ଟ୍ରିବ୍ୟୁନାଲଙ୍କ ହୃଦବୋଧ ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସପି ତାଙ୍କର ଦାୟିତ୍ବ ସଠିକ ନିର୍ବାହ କରିନାହାନ୍ତି ବୋଲି ଗ୍ରୀନ ଟ୍ରିବ୍ୟୁନାଲ କହିଛନ୍ତି । ବିନା ପରିବେଶ କ୍ଲିୟରାନ୍ସ ସାର୍ଟିଫିକେଟରେ ବାଲି ଉଠାଣ କରୁଥିବା ଏଜେନ୍ସିଙ୍କ ଠାରୁ ପ୍ରଶାସନ ମଧ୍ୟ ରୟାଲିଟି ଆକାରରେ ରାଜସ୍ବ ଆଦାୟ କରିଛନ୍ତି । ଏପରି ଘଟଣାରେ ଗ୍ରୀନ ଟ୍ରିବ୍ୟୁନାଲ ତୁରନ୍ତ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେତେ ପରିମାଣର ବେଆଇନ ବାଲି ଓ ମାଟି ଖନନ କରାଯାଇଛି ତାହାର ଆକଳନ କରାଯାଇ ସମ୍ପୃକ୍ତ ଏଜେନ୍ସିଙ୍କ ଠାରୁ କ୍ଷତିପୂରଣ ଆକାରରେ ଆଦାୟ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ମାଇନିଂ ଅଫିସର ତୁରନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ସହାୟତା ନେବାକୁ ମଧ୍ୟ ସେ କହିଛନ୍ତି । ଏହାଛଡା କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ କେନ୍ଦ୍ରାପଡା ଏସପିଙ୍କ ବିରୋଧରେ ଏକ ମାସ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ନାମାକୁ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାକୁ ଗତ ଅକ୍ଟୋବର ୧୪ ତାରିଖରେ ଜାରି କରିଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ। ଆବେଦନକାରୀଙ୍କ ପକ୍ଷରୁ ଓଡିଶା ହାଇକୋର୍ଟର ଆଡଭୋକେଟ ଦେବାଶିଷ ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଥିବା ବେଳେ ଆଡ଼ଭୋକେଟ ମନୋଜ ପାଣିଗ୍ରାହୀ, ରାକେଶ ଷଡଙ୍ଗୀ , ଦେବଦତ୍ତ ସେଠୀ ସହଯୋଗ କରୁଛନ୍ତି । ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣୀ ଧାର୍ଯ୍ୟ ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details