ଓଡିଶା

odisha

ETV Bharat / state

ଅଲୋଡା ଶିଶୁକନ୍ୟା: ଗୋବରୀ ନଦୀକୂଳରୁ ନବଜାତର ମୃତଦେହ ଉଦ୍ଧାର - କେନ୍ଦ୍ରାପଡ଼ାରେ ନବଜାତର ମୃତଦେହ ଉଦ୍ଧାର

ନଦୀକୂଳରେ ମୃତ ନବଜାତକୁ ପକାଇ ଫେରାର ହେଲେ ପରିବାରବର୍ଗ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗୋବରୀ ନଦୀକୂଳରେ ମଙ୍ଗଳବାର ଅପରାହ୍ଣରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅଲୋଡା ଶିଶୁକନ୍ୟା: ଗୋବରୀ ନଦୀକୂଳର ନବଜାତର ମୃତଦେହ ଉଦ୍ଧାର
ଅଲୋଡା ଶିଶୁକନ୍ୟା: ଗୋବରୀ ନଦୀକୂଳର ନବଜାତର ମୃତଦେହ ଉଦ୍ଧାର

By

Published : Apr 12, 2022, 10:55 PM IST

କେନ୍ଦ୍ରାପଡ଼ା: ଅଲୋଡା ହେଲା ଶିଶୁକନ୍ୟା । ନଦୀକୂଳରେ ମୃତ ନବଜାତକୁ ପକାଇ ଫେରାର ହେଲେ ପରିବାରବର୍ଗ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗୋବରୀ ନଦୀକୂଳରେ ମଙ୍ଗଳବାର ଅପରାହ୍ଣରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗୋବରୀ ନଦୀକୂଳରେ ଏକ ନବଜାତ ପଡ଼ିଥିବା ନେଇ ଖବର ମିଳିବା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା ।

ଅଲୋଡା ଶିଶୁକନ୍ୟା: ଗୋବରୀ ନଦୀକୂଳର ନବଜାତର ମୃତଦେହ ଉଦ୍ଧାର

ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ନପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ୟପଟେ ସହରରେ ମାଳମାଳ ବେଆଇନ ନର୍ସିଂହୋମ ଖୋଲିଛି । ଏଥିପାଇଁ ପୂର୍ବରୁ ମଧ୍ୟ ଏଭଳି ଘଟଣା ବହୁଥର ଦେଖିବାକୁ ମିଳିଛି । ତେବେ ମୃତ ଶିଶୁକନ୍ୟାଟି କେଉଁଠୁ ଆସିଲା ଓ କିପରି ତାର ମୃତ୍ୟୁ ହୋଇଛି ଏନେଇ ପୋଲିସ ତଦନ୍ତ ପରେ ଜଣା ପଡ଼ିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details